Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଯାଜପୁରରେ ମାଟ୍ରିକ୍ ସୁପର ଟପ୍ପରଙ୍କୁ ପ୍ରମେୟ ଏବଂ ନ୍ୟୁଜ୍ ସେଭେନ୍ ପକ୍ଷରୁ ସମ୍ବର୍ଦ୍ଧନା

25/05/2019 at 5:00 PM

ଯାଜପୁର ୨୫|୫: ମାଟ୍ରିକ୍‌ ସୁପର ଟପ୍ପରଙ୍କୁ ପ୍ରମେୟ ଏବଂ ନ୍ୟୁଜ୍‌ ସେଭେନ୍‌ ପକ୍ଷରୁ ସମ୍ବର୍ଦ୍ଧନା । ଯାଜପୁର କଳିଙ୍ଗ ହାୟର ସେକେଣ୍ଡାରୀ ସ୍କୁଲ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲାର କୃତୀ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପସ୍ଥିତି ଅତିଥିମାନେ ଛାତ୍ରଛାତ୍ରୀଙ୍କୁ  ସେମାନଙ୍କ ସଫଳତା ପାଇଁ ପ୍ରଶଂସା କରିବା ସହ ଆତ୍ମିକ ବିକାଶ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ ।

ଯାଜପୁର ଜିଲ୍ଲାରେ ମାଟ୍ରିକ୍‌ ସୁପର ଟପ୍ପରଙ୍କୁ ପ୍ରମେୟ ଓ ନ୍ୟୁଜ୍‌ ସେଭେନ୍‌ ପକ୍ଷରୁ ସମ୍ବର୍ଦ୍ଧନା । କଳିଙ୍ଗ ହାୟର ସେକେଣ୍ଡାରୀ ସ୍କୁଲ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲାର ୬୦ଜଣ ଏ-୧ ଗ୍ରେଡ୍‌ ପାଇଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଶିକ୍ଷକ ଶିକ୍ଷୟତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଏହି ପିଲାମାନଙ୍କୁ ଉପସ୍ଥିତି ଅତିଥିମାନେ ସେମାନଙ୍କ ସଫଳତା ପାଇଁ ପ୍ରଶଂସା କରିବା ସହ ଆତ୍ମିକ ବିକାଶ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ । ଶିକ୍ଷା ସହ ସଂସ୍କାରି ହେବାକୁ କୃତୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଭାବେ ଯାଗଦେଇଥିଲେ ଜିଲ୍ଲା ପ୍ରକଳ୍ପ ସଂଯୋଜନ ବିଷ୍ଣୁଚରଣ ସୂତାର, ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ୍‌ ଟୁ ବି ୟୁନିଭର୍ସିଟି, କଳିଙ୍ଗ ଗ୍ରୁପସ୍‌ ଅଫ ଇନିଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ଇଂଜିନିୟର ଆଲେକଜାଣ୍ଡାର ଦାସ । ବ୍ୟାସନଗର ପବ୍ଲିକ ସ୍କୁଲ ଅଧ୍ୟକ୍ଷା ଡକ୍ଟର ଦେବସ୍ମିତା ସାହୁ । 

ପ୍ରମେୟ ଓ ନ୍ୟୁଜ୍‌ ସେଭେନ୍‌ ପକ୍ଷରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ପ୍ରମେୟ ଯାଜପୁର ସଂସ୍କରଣର ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ଦେଓ । ସେହସିଭଳି ବରିଷ୍ଠ ପୋଲିସ ଅଧିକାରୀ ଯୁଗଳ କିଶୋର ଦାସ, ପ୍ରମେୟ ନ୍ୟୁଜ୍‌ସେଭେନ ସିଇଓ ସୁନୀଲ ଦାସ, ମାର୍କେଟିଂ ଭିପି ଲିଙ୍ଗରାଜ ଲେଙ୍କା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ପ୍ରମେୟର ଯାଜପୁର ଜିଲ୍ଲାପ୍ରତିନିଧି ଉଦୟ ନାଥ ଖଣ୍ଡାଇ ।

ଏଭଳି ସମ୍ବର୍ଦ୍ଧନା ମାଧ୍ୟମରେ କୃତୀ ଛାତ୍ରଛାତ୍ରୀଙ୍କ ଉତ୍ସାହ ଏବଂ ମନୋବଳ ବଢ଼ାଇବାର ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ ଉପସ୍ଥିତ ଅତିଥିମାନେ ।

   Related Posts