ଫର୍ମ ପୂରଣ ସତ୍ତ୍ବେ ବି ଆସିନି ଆଡମିଟ୍ କାର୍ଡ, ପ୍ରଧାନଶିକ୍ଷକ କହିଲେ ଟେଷ୍ଟ ପରୀକ୍ଷାରେ କମ୍ ନମ୍ବର ରଖିଥିବାରୁ ଉତ୍ତୀର୍ଣ୍ଣ ହୋଇନଥିଲେ
19/02/2020 at 7:31 AM

ଯାଜପୁର ୧୯।୨: ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ବାରଗାଡ଼ିଆ ହିଙ୍ଗୁଳା ହାଇସ୍କୁଲରେ ୪ ଜଣ ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ପାଇ ନ ଥିବାରୁ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ସମ୍ପୃକ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ସ୍କୁଲରେ କିଛି ସମୟ ପାଇଁ ତାଲା ପକାଇ ଦେଇଥିଲେ ।

ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ କହିଛନ୍ତି ଯେ, ୩୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଜଣ ଟେଷ୍ଟ ପରୀକ୍ଷାରେ କମ୍ ନମ୍ବର ରଖିଥିବାରୁ ସେମାନଙ୍କୁ ମାଟ୍ରିକ ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ କରାଯାଇନଥିଲା । ତେବେ ସମ୍ପୃକ୍ତ ପରୀକ୍ଷର୍ଥୀମାନେ ଫର୍ମ ପୂରଣ କରିଥିବା ବେଳେ, କାହିଁକି ସେମାନଙ୍କ ଆଡମିଟ୍ କାର୍ଡ ଆସିନାହିଁ ବୋଲି ପ୍ରଶ୍ନ କରିଛନ୍ତି ।
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021