ସାଇକେଲ୍‌ରୁ ଖସି ପଡି ମାଟ୍ରିକ ପରୀକ୍ଷାର୍ଥୀ ମୃତ୍ୟୁ : ବିଳମ୍ବରେ ଆମ୍ବୁଲାନ୍ସ ଆସିବାରୁ ପୁଅର ମୃତ୍ୟୁ ହେବା ଅଭିଯୋଗ ଆଣିଲେ ପରିବାର

Published By : Prameya-News7 Bureau | February 24, 2020 IST

ଝାରସୁଗୁଡା ୨୪।୦୨:  ପରୀକ୍ଷା ଦେବାକୁ ଯାଉଥିବା ବେଳେ ଅଘଟଣ ।ପରୀକ୍ଷା ଦେବାକୁ ଯାଉଥିବା ସମୟରେ ସାଇକେଲରୁ ପଡିଯାଇ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଛି । ଝାରସୁଗୁଡା ସହରେ ଘଟିଛି ଏଭଳି ଅଭାବନୀୟ ଘଟଣା ଘଟିଛି ।ମୃତକ କିର୍ମିରା ବ୍ଲକ ଭଉଁରା ସ୍କୁଲର ଛାତ୍ର ଈଶ୍ବର ରୋହିଦାସ ବୋଲି ଜଣାପଡିଛି ।କିନ୍ତୁ ଆମ୍ବୁଲାନ୍ସ ବିଳମ୍ବରେ ଆସିବାରୁ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ମାଟ୍ରିକ୍ ପରୀକ୍ଷା ଦେବା ଲାଗି ନିଜ ଗାଁରୁ ସାଇକେଲ ଯୋଗେ ବାହାରିଥିଲେ ରୋହିଦାସ  । କିନ୍ତ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ବାଟରେ ଚାଲିଗଲା ପ୍ରାଣବାୟୁ । ସୋମବାର ବାଗଡ଼ିହି ହାଇସ୍କୁଲକୁ ସାଇକେଲରେ ପରୀକ୍ଷା ଦେଇଯାଉଥିବା ବେଳେ ବାଟରେ ସାଇକେଲରୁ ଖସି ପଡ଼ି ମୂର୍ଚ୍ଛିତ ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ଦେଖି ଆମ୍ବୁଲାନ୍ସକୁ ଡକାଇଥିଲେ। ଆମ୍ବୁଲାନ୍ସ ପହଞ୍ଚି ତାଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା । ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। କିନ୍ତୁ ସେପଟେ ପରିବାର ଲୋକଙ୍କ ଅଭିଯୋଗ ହେଉଛି ଯେ,  ଆମ୍ବୁଲାନ୍ସ ବିଳମ୍ବରେ ଆସିବାରୁ ହିଁ ତାଙ୍କ ପୁଅର ଜୀବନ ଚାଲିଗଲା ।  ଏହି ଘଟଣାକୁ ନେଇ ସାରା  ଝାରସୁଗୁଡ଼ା ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।  ଯଦି ପରିବାର ଆଣିଥିବା ଅଭିଯୋଗ ସତ ହୁଏ, ତେବେ ଏହା ସଙ୍ଗୀନ ଘଟଣା ହେବ । କାରଣ ରୋଗୀଙ୍କ ସେବା ଲାଗି ଆମ୍ବୁଲାନ୍ସର ସୁବିଧା ଯୋଗାଉଛନ୍ତି ସରକାର । ଯଦି ସେହି ଆମ୍ବୁଲାନ୍ସ ରୋଗୀକୁ ମୃତ୍ୟୁମୁଖରୁ ବଞ୍ଚାଇବା ତାହାରି ପାଇଁ ଜଣଙ୍କ ଜୀବନ ଯାଉଛି । ଭବିଷ୍ୟତରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିବ ବୋଲି ଆଶଙ୍କ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.