ମାଟ୍ରିକ୍ ରେଜଲ୍ଟରେ ଅସନ୍ତୁଷ୍ଟ ଛାତ୍ରୀ ବିଷ ପିଇ କଲେ ଆତ୍ମହତ୍ୟା
30/07/2020 at 4:25 PM

ବେତନଟୀ ୩୦।୭: ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ବାହାନଡା ଗ୍ରାମର କଣ୍ତରୁ ମଢୁଆଳଙ୍କର ଝିଅ ରଶ୍କୀରେଖା ମଢୁଆଳ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ରଶ୍ମୀରେଖା ଜଣେ ମେଧାବୀ ଛାତ୍ରୀ । ସେ ବେତନଟୀ ସ୍ଥିତ ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ।
ଚଳିତ ବର୍ଷ ଦଶମ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଥିଲା । ରଶ୍ମୀରେଖା ପରୀକ୍ଷାରେ ୭୫ ପ୍ରତିଶତ ରଖିଥିବା ସେ ଜାଣିବା ପରେ ଦୁଃଖ ଅନୁଭବ କରିବା ସହ ଆଜି ସକାଳେ କୌଣସି ବିଷ ପିଇ ଦେଇଥିଲେ । ପରିବାର ଲୋକେ ଜାଣିବା ପରେ ସଙ୍ଗେ ସଙ୍ଗେ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରିଥିଲେ । କିନ୍ତୁ ଅଳ୍ପ ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣାସ୍ଥଳରେ ବେତନଟୀ ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
Related Posts
୫ବର୍ଷ ଶିଶୁର କାଟି ଦେଲା ଗଳା, ଦୁର୍ବୃତ୍ତକୁ କାବୁ କଲେ ଗ୍ରାମବାସୀ
28 January 2021