ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ, ୨ଟି ଓ୍ବେବସାଇଟ୍‌ରେ ହେବ ଉପଲବ୍ଧ

Published By : Prameya-News7 Bureau | June 24, 2021 IST

କଟକ ୨୪।୬: ଆସନ୍ତାକାଲି ପ୍ରକାଶ ପାଇବ ଚଳିତବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବ ରେଜଲ୍ଟ । ଅପରାହ୍ନ ୪ଟା ବେଳେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ସନ୍ଧ୍ୟା ୬ଟା ପରଠାରୁ ୨ଟି ୱେବସାଇଟ୍‌ରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଓ୍ବେବସାଇଟ୍ bseodisha.in ଓ bseodisha.nic.inରେ ଉପଲବ୍ଧ ହେବ ରେଜଲ୍ଟ ହେବ ।

ଅନ୍ୟପଟେ SMS ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀ ପରୀକ୍ଷାଫଳ ପାଇପାରିବେ । ଏଥିପାଇଁ OR01 <Space> Roll No ଲେଖି 5676750କୁ SMS ପଠାଇବାକୁ ହେବ । ସେପଟେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

{"id":470478,"width":749,"height":999,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.