ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷାଫଳ

Published By : Prameya-News7 Bureau | June 25, 2020 IST

ଭୁବନେଶ୍ବର ୨୫।୬: ଜୁଲାଇ ଶେଷ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଆସନ୍ତା ୩୦ ତାରିଖ ସୁଦ୍ଧା ମାଟ୍ରିକ୍ ଖାତାଦେଖା ସରିବ ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ ଅନଲାଇନ୍ ପାଠପଢାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବେ ଶିକ୍ଷକ । ଲକ୍ ଡାଉନ୍ ସମୟରେ ଅନଲାଇନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ରାଜ୍ୟରେ ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୨୨ ଲକ୍ଷ ଛାତ୍ର ଛାତ୍ରୀ ଅନଲାଇନରେ ପାଠ ପଢି ପାରୁଛନ୍ତି । ସବୁ ପିଲାଙ୍କ ପାଖରେ  ଅନଲାଇନରେ ପଢିବା ସୁବିଧା ନାହିଁ। ବହି ପହଞ୍ଚି ସାରିଥିବା ପିଲାଙ୍କ ପାଖକୁ  ଶିକ୍ଷକ ଯିବେ। ଏ ନେଇ ପ୍ରୟାସ ଆରମ୍ଭ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ।

ସେପଟେ ଅନଲାଇନ୍ ଶିକ୍ଷା ଓ ଡିଜିଟାଲ ପାଠ୍ୟ ସାମଗ୍ରୀ ପ୍ରସ୍ତୁତ କରିବାକୁ ୪ଟି କମିଟି ଗଠନ କରିଛି ଗଣଶିକ୍ଷା ବିଭାଗ । ନବମ ଓ ଦଶମ ଶ୍ରେଣୀ ପାଇଁ ମାଧ୍ୟମିକ ଶିକ୍ଷା କମିଟି ଓ  ଏକାଦଶ ଓ  ଦ୍ବାଦଶ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା କମିଟି। ଯେଉଁ ପିଲାମାନଙ୍କର ଅନଲାଇନ ଶିକ୍ଷା ପାଇଁ ସାମର୍ଥ୍ୟ ନାହିଁ ସେମାନଙ୍କୁ  କିଭଳି ଭାବେ ପାଠ୍ୟ ପୁସ୍ତକ ସହ ପଢ଼ାଯାଇପାରିବା ସେ ନେଇ ଶିକ୍ଷକ ମାନଙ୍କୁ ପିଲାଙ୍କ ପାଖକୁ ପଠାଯିବ। ଏ ନେଇ ପ୍ରସ୍ତୁତି ଆରମ୍ଭ କରା ଯାଇଥିବା କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.