Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆଜି ବାହାରିବ ମାଟ୍ରିକ ରେଜଲ୍ଟ : ସକାଳ ୯ଟାରେ ପ୍ରକାଶ ପାଇବ, ୱେବସାଇଟରେ ଦିନ ସାଢେ ୧୧ଟାରେ…

29/07/2020 at 7:21 AM

ଭୁବନେଶ୍ୱର ୨୯।୦୭: ଆଉ କିଛି ସମୟର ଅପେକ୍ଷା  । ଆଜି ପ୍ରକାଶ ପାଇବ ବହୁ ପ୍ରତିକ୍ଷୀତ ୨୦୨୦ ବର୍ଷର ମାଟ୍ରିକ୍ ରେଜଲ୍ଟ ।  ସକାଳ ୯ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରକାଶ ପାଇବ ରେଜଲ୍ଟ ।  ଦିନ ସାଢେ ୧୧ଟାରୁ ଛାତ୍ରଛାତ୍ରୀ ୱେବସାଇଟରେ ରେଜଲ୍ଟ ଦେଖିପାରିବେ । ବୋର୍ଡର ୨ଟି ୱେବସାଇଟ୍ ଓ SMSରେ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ । www.bseodisha.ac.in ଏବଂ www.bseodisha.nic.inରେ ରେଜଲ୍ଟ ଉପଲବ୍ଧ ହେବ ।

ସେହିପରି ଏସ ଏମ୍ ଏସ୍ ଜରିଆରେ ମଧ୍ୟ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ । OR01 ଲେଖି ସ୍ପେଶ୍ ଦେଇ ନିଜ ରୋଲ ନମ୍ଵର ଲେଖି 5676750କୁ ଏସ୍ଏମ୍ଏସ୍ କଲେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ରାଜ୍ୟର ପ୍ରାୟ ୫ ଲକ୍ଷ ୬୦ ହଜାର ପରିକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ତେବେ କରୋନା ମହାମାରୀ ଯୋଗୁଁ  ଅସ୍ବାଭାବିକ ସ୍ଥିତିରେ ଖାତା ଦେଖା ହୋଇଥିବାରୁ ସଠିକ୍ ମୂଲ୍ୟାୟନ ନେଇ ଆଶଙ୍କାରେ ଅଭିଭାବକ ।  କିନ୍ତୁ ରେଜଲ୍ଟକୁ ନେଇ ବେଶ୍ ଆଶାବାଦୀ ଛାତ୍ରଛାତ୍ରୀ ।

ତେବେ ଛାତ୍ରଛାତ୍ରାମାନେ ରେଜଲ୍ଟ ସମ୍ବନ୍ଧୀୟ ତଥ୍ୟ ପାଇଁ ବୋର୍ଡ ପକ୍ଷରୁ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି କଣ୍ଟ୍ରୋଲ ରୁମ୍ ଖୋଲା ରହିବ । ଏଥିପାଇଁ ୨ଟି ନମ୍ବର ଜାରି କରାଯାଇଛି। କରୋନା ପାଇଁ ମାନସିକ ବିଷାଦର ବାତାବରଣ ଥିବାରୁ, ଆଶାନୁରୂପ ଫଳ ହାସଲ କରିପାରିନଥିବା ଛାତ୍ରଛାତ୍ରୀଙ୍କ ପ୍ରତି ପରିବାର ସଦସ୍ୟ ସହାନୁଭୂତି ଦେଖାଇବା ପାଇଁ ଶିକ୍ଷାବିତ୍ ପରାମର୍ଶ ଦେଇଛନ୍ତି ।

   Related Posts