ଜୁଲାଇ ୨୯ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

Published By : Prameya-News7 Bureau | July 27, 2020 IST

ଭୁବନେଶ୍ୱର ୨୭।୦୭: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶେଷରେ ଚଳିତ ମାସ ୨୯ ତାରିଖରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ରାଜ୍ୟରେ କରୋନା ଆତଙ୍କ ପାଇଁ ଖାତା ଦେଖା ବିଳମ୍ବ ହୋଇଥିଲା । ଏପରିକି ଖାତାଦେଖା ପରେ ମୂଲ୍ୟାୟନ ପ୍ରକ୍ରିୟାରେ ମଧ୍ୟ ବିଳମ୍ବ ହୋଇଥିଲା । ତେଣୁ ମାଟ୍ରିକ ରେଜଲ୍ଟ ପ୍ରକାଶରେ ଡେରି ହେବା ନେଇ ଅନୁମାନ କରାଯାଉଥିଲା । ତେବେ ଅପେକ୍ଷାର ଅନ୍ତ ଘଟିଛି । ଚଳିତ ମାସ ୨୯ ତାରିଖରେ ରେଜଲ୍ଟ ବାହାରିବ ବୋଲି ସୂଚନା ଦିଆଯାଇଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଘୋଷଣା କରିଛନ୍ତି । ବୋର୍ଡ ଓ୍ୱେବସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ । ବୋର୍ଡର ୨ଟି ୱେବ୍‌ସାଇଟରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଏସ୍‌ଏମ୍‌ଏସ୍‌ ଜରିଆରେ ବି ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ପାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ଚଳିତ ବର୍ଷ ରାଜ୍ୟର ପ୍ରାୟ ୫ ଲକ୍ଷ ୬୦ ହଜାର ପରିକ୍ଷାର୍ଥୀ ୨୮, ୮୮ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ୬୦ ଟି କେନ୍ଦ୍ରରେ ମୂଲ୍ୟାୟନ ହୋଇଥିଲା। ଫେବୃଆରୀ ୧୯ ରୁ ମାର୍ଚ୍ଚ ୨ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨୬ ମେ ରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହୋଇଥିଲା। ତେବେ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା, କିନ୍ତୁ କରୋନା ଜନିତ ଲକ୍‌ଡାଉନ୍‌ ହେବାରୁ ଏହାକୁ ସ୍ଥଗିତ କରାଯାଇଥିଲା । ସେହିପରି ମେ ୨୦ରେ ସ୍ଥିର ହୋଇଥିଲା ଖାତା ଦେଖା। ହେଲେ ଅମ୍ପନ ବାତ୍ୟା ପାଇଁ ଏହା ମେ ୨୧କୁ ପରିବର୍ତ୍ତନ କରାଯାଇଥିଲା। ତେବେ କିଛି ଅଂଚଳରେ ବାତ୍ୟା ପ୍ରଭାବି ହୋଇଥିବାରୁ, ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ପରେ ପର୍ଯ୍ୟାୟ କ୍ରମେ ଖାତା ଦେଖାସରିଥିଲା । ଶେଷରେ ସମସ୍ତ ଅପେକ୍ଷାର ଅନ୍ତ ଘଟିଛି । ଜୁଲାଇ ୨୯ରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ମନ୍ତ୍ରୀ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.