୭ତାରିଖ,ସୋମବାର ସକାଳ ୯ଟା ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

Published By : Prameya-News7 Bureau | May 04, 2018 IST

ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସୋମବାର ସକାଳ ୯ଟାରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଘୋଷଣା କରିଛି । ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନ୍ ଆରା ବେଗମ୍ ଏହି ସୂଚନା ଦେଇଛନ୍ତି । ଦିନ ୧୨ଟାରୁ ବୋର୍ଡ ୱେବସାଇଟ୍ ରେ ଏହି ପରୀକ୍ଷା ଫଳ ଉପଲବ୍ଧ ହେବ । www.bseodisha.ac.in ଏବଂ www.bseodisha.nic.in ୱେବସାଇଟ୍ରେ ପରୀକ୍ଷା ଫଳ ଦେଖିପାରିବେ ପରୀକ୍ଷାର୍ଥୀ । ମୋବାଇଲରେ SMS ଜରିଆରେ ମଧ୍ୟ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ଅପରାହ୍ନ ୨ଟାରୁ ୱେବସାଇଟରେ ଉପଲବ୍ଧ ହେବ OMR ସିଟ୍ । ସୋମବାରଠାରୁ ୭ଦିନ ପର୍ଯ୍ୟନ୍ତ ବୋର୍ଡ ଅଫିସରେ କଣ୍ଟ୍ରୋଲ ରୁମ୍ ଖୋଲାଯିବ । ପରୀକ୍ଷା ଫଳ ଜନିତ ସମସ୍ୟା ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ କଣ୍ଟ୍ରୋଲ ରୁମ୍ ସହ ଯୋଗଯୋଗ କରିପାରିବେ । ଚଳିତ ବର୍ଷ ମୋଟ ୫ ଲକ୍ଷ ୯୦ ହଜାର ୩୬୩ ଛାତ୍ରଛାତ୍ରୀ ରାଜ୍ୟର ୨ହଜାର ୮୧୮ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଥିଲେ । ଫେବୁଆରୀ ୨୩ରୁ ମାର୍ଚ୍ଚ ୮ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା । ମାର୍ଚ୍ଚ ୨୦ତାରିଖରୁ ୧୨ଦିନ ଧରି ପରୀକ୍ଷା ଖାତା ଦେଖା ମୂଲ୍ୟାୟନ ହୋଇଥିଲା । ରାଜ୍ୟର ୫୭ଟି କେନ୍ଦ୍ରରେ ୧୩ହଜାରରୁ ଅଧିକ ଶିକ୍ଷକ ମୂଲ୍ୟାୟନ କରିଥିଲେ । ଏପ୍ରିଲ ୨ତାରିଖରେ ସରିଥିଲା ମୂଲ୍ୟାୟନ କ୍ୟାରିଅରର ପ୍ରଥମ ପାହାଚ ମାଟ୍ରିକ । ଛାତ୍ରଛାତ୍ରୀଙ୍କ ଶିକ୍ଷା ଜୀବନରେ ମାଟ୍ରିକ ପରୀକ୍ଷା ଅତି ଗୁରୁତ୍ବପୂର୍ଣ୍ଣ । ତେଣୁ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଭିଭାବକଙ୍କ ଅପେକ୍ଷା ରହିଛି ପରୀକ୍ଷା ଫଳକୁ । ପରୀକ୍ଷା ଫଳ ପାଇଁ ସ୍କୁଲ ମଧ୍ୟ ସେମାନଙ୍କ ସ୍ତରରେ ପ୍ରସ୍ତୁତି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.