ଆସନ୍ତା ୨୧ରେ ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ

Published By : Prameya-News7 Bureau | May 19, 2019 IST

କଟକ ୧୯|୫: ଆସନ୍ତା ୨୧ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ପୂର୍ବରୁ ମେ ତୃତୀୟ ସପ୍ତାହରେ ଫଳାଫଳ ପ୍ରକାଶ ପାଇବା ନେଇ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ବାତ୍ୟା ପାଇଁ ଫଳ ପ୍ରକାଶନରେ ବିଳମ୍ବ ହୋଇଛି ।

ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ୭୨୦ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ସମୟରେ ପ୍ରଶ୍ନ ପତ୍ର ଭାଇରାଲ ନେଇ ବହୁ ଆପତ୍ତି ଅଭିଯୋଗ ଉଠିଥିଲା । ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗରେ କିଛି ବ୍ୟକ୍ତିଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.