ଲକଡାଉନ୍ ହଟିଲେ ମାଟ୍ରିକ ଖାତା ଦେଖା ଆରମ୍ଭ, ୭ ଦିନ ଭିତରେ‌ ସାରିବାକୁ ଲକ୍ଷ୍ୟ

Published By : Prameya-News7 Bureau | April 27, 2020 IST

ଭୁବନେଶ୍ୱର, ୨୭|୦୪:  ତାଲାବନ୍ଦ ଉଠିଲେ ଆରମ୍ଭ ହେବ ମାଟ୍ରିକ୍ ଖାତା ଦେଖା । ତେବେ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରାଯାଇନାହିଁ । ଲକଡାଉନ କଟକଣା ହଟିଲେ ମାଟ୍ରିକ ଉତ୍ତର ଖାତା ମୂଲ୍ୟାୟନ ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଖୁବ୍ ଶୀଘ୍ର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇପାରେ ।

ଲକଡାଉନ୍ ଖୋଲିବା ମାତ୍ରେ ଆରମ୍ଭ ହେବ ମାଟ୍ରିକ୍ ଖାତା ଦେଖା । ଆସନ୍ତା ମେ ମାସ ଦ୍ବିତୀୟ ସପ୍ତାହରୁ ଆରମ୍ଭ ହେଇପାରେ ମାଟ୍ରିକ ଖାତା ଦେଖା । ଚଳିତ ଵର୍ଷ ମାତ୍ର ଗୋଟିଏ ଦିନ ମାଟ୍ରିକ ଖାତା ଦେଖା ସମ୍ଭବ ହୋଇପାରିଥିଲା । ଖାତା ଦେଖା ବିଳମ୍ବ ହେତୁ ରେଜଲ୍ଟ ବାହାରିବା ମଧ୍ୟ ଅହେତୁକ ବିଳମ୍ବ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଶୀଘ୍ର ଖାତା ଦେଖା ସାରିବା ଓ ଖାତା ଦେଖା ବ୍ୟବସ୍ଥାରେ କିଛି ପରିବର୍ତ୍ତନ କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଏଥର ଖାତା ଦେଖା କେନ୍ଦ୍ର ବଢାଯିବା ସହ ମୂଲ୍ୟାୟନ କରୁଥିବା ଶିକ୍ଷକଙ୍କ ସଂଖ୍ୟା ମଧ୍ୟ ବଢାଇବାକୁ ବୋର୍ଡ ଚିନ୍ତା କରିଛି । ତେଣୁ ମାଟ୍ରିକ୍ ପରୀକ୍ଷାର୍ଥୀ ବ୍ୟସ୍ତ ନହେବା ପାଇଁ ପରାମର୍ଶ ଦେଇଛି ବୋର୍ଡ ।

{"id":261122,"width":687,"height":383,"sizeSlug":"large"}

ଲକଡାଉନ ସରିବାର ସାତ ଦିନ ଭିତରେ ମାଟ୍ରିକ୍‌ ଖାତା ଦେଖା ସାରିବାକୁ ଯୋଜନା ହୋଇଛି । ତେବେ ଲକ୍‌ଡାଉନ୍‌ ସରିବା ପରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଗ୍ରିନ ସିଗନାଲକୁ ଅପେକ୍ଷା କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଖାତା ଦେଖା ବେଳେ ସାମାଜିକ ଦୂରତ୍ବକୁ କଡ଼ାକଡ଼ି ପାଳନ କରାଯିବ । ମୂଲ୍ୟାୟନ କେନ୍ଦ୍ରକୁ ଯିବା ସମୟରେ ମାସ୍କ ଓ ସାନିଟାଇଜେସନକୁ ପ୍ରାଥମିକତା ଦିଆଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।

{"id":261123,"width":690,"height":393,"sizeSlug":"large"}

ଅନ୍ୟ ପଟେ ଚଳିତ ଶିକ୍ଷା ବର୍ଷ ପାଇଁ ବୋର୍ଡ ପକ୍ଷରୁ ବିଭିନ୍ନ ଜୋନ୍‌କୁ ବହି ପଠାଇବା ଆରମ୍ଭ ହୋଇଛି । ଜୟପୁର ବ୍ୟତୀତ ସବୁ ଜୋନ୍‌କୁ ବହି ପଠାଯାଇଛି । ଲକ୍ ଡାଉନ ଖୋଲିଲେ ସବୁ କେନ୍ଦ୍ରରେ ବହି ବିକ୍ରି ଆରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.