Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଆଉ କିଛି ସମୟ ପରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

21/05/2019 at 8:05 AM

କଟକ ୨୧|୫: ଆଉ କିଛି ସମୟ ପରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳ ୯ଟାରେ ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଦିନ ୧୧ଟାରେ ବୋର୍ଡ ଓ୍ବେବସାଇଟରେ ପରୀକ୍ଷାର୍ଥୀ ରେଜଲ୍ଟ ଦେଖିପାରିବେ । ସାମୁଦ୍ରିକ ବାତ୍ୟା ଫୋନି କାରଣରୁ ରେଜଲ୍ଟ ପ୍ରକାଶନରେ ଏବର୍ଷ ବିଳମ୍ବ ହୋଇଛି ।

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ମଙ୍ଗଳବାର ସକାଳ ୯ଟାରେ ପ୍ରକାଶ ପାଇବ। ଦିନ ୧୧ଟାରୁ ବୋର୍ଡ ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ www.bseodisha.ac.in, www.bseodisha.nic.in ରେ ଫଳ ଉପଲବ୍ଧ ହେବ । ଯେଉଁଠି ଇଣ୍ଟରନେଟ ସୁବିଧା ନଥିବ ସେଠାରେ ପରୀକ୍ଷାର୍ଥୀ SMS ଜରିଆରେ ଫଳ ଜାଣିପାରିବେ । ମୋବାଇଲରେ OR10 ଲେଖି ରୋଲନମ୍ବର ଲେଖି ୫୬୭୬୭୫୦ କୁ ପଠାଇ ରେଜଲ୍ଟ ଜାଣିପାରିବେ ।

ଚଳିତ ବର୍ଷ ୫ ଲକ୍ଷ ୭୨ ହଜାର ୬୯୯ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ମୋଟ୍ ୨୮ ଶହ ୩୦ କେନ୍ଦ୍ରରେ ହୋଇଥିଲା ପରୀକ୍ଷା । ପରୀକ୍ଷା ଫେବ୍ରୁଆରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ରେ ଶେଷ ହୋଇଥିଲା । କେତେକ ପରୀକ୍ଷା କେନ୍ଦ୍ରରେ ଲାଗିଥିଲା ସିସିଟିଭି । ଏହା ସତ୍ବେ ବି ବାରମ୍ବାର ପ୍ରଶ୍ନପତ୍ର ଭାଇରାଲକୁ ନେଇ ଏବର୍ଷ ଚର୍ଚ୍ଚାରେ ଥିଲା ପରୀକ୍ଷା ।

ପରୀକ୍ଷା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୧୯ ଜଣଙ୍କୁ ନିଲମ୍ବିତ କରାଯାଇଛି, ୧୩ ଜଣଙ୍କୁ ଗିରଫ କରିଛି ପୋଲିସ । ମାଲକାନଗିରି ଜିଲ୍ଲାର ୧୦୮ଜଣ ପରୀକ୍ଷାର୍ଥୀ ଯେଉଁ ଅନିଶ୍ଚିତତା ଭିତରେ ଗତି କରୁଥିଲେ ସେମାନଙ୍କର ପରୀକ୍ଷାଫଳ ମଧ୍ୟ ଆଜି ପ୍ରକାଶ ପାଇବ ବୋଲି କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।

   Related Posts