Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସରିଛି ଖାତାଦେଖା, ଜୁଲାଇ ୩୧ ସୁଦ୍ଧା ମାଟ୍ରିକ ରେଜଲ୍ଟ

13/07/2020 at 2:46 PM

ଭୁବନେଶ୍ୱର ୧୩।୦୭: ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ । ତେବେ  ପୂର୍ବରୁ ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ ନେଇ ତାରିଖ ଘୋଷଣା କରାଯାଇଥିଲା । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ୫.୬ ଲକ୍ଷ ଛାତ୍ରଛାତ୍ରୀ  ମାଟ୍ରିକ୍‌ ପରୀକ୍ଷା ଦେଇଛନ୍ତି । ଓଡିଶାରେ ୨ ହଜାର ୮୮୮ କେନ୍ଦ୍ରରେ ହୋଇଥିଲା ମାଟ୍ରିକ୍‌ ପରୀକ୍ଷା । ୧୦୦୦ଟି ସମ୍ବେଦନଶୀଳ କେନ୍ଦ୍ରରେ CCTV ଲଗାଯାଇଥିଲା । ଯାହାକି ପରୀକ୍ଷା ସମୟରେ ନଜର ରଖାଯାଇଥିଲା । ତେବେ ପରୀକ୍ଷା ପରେ  ୬୦ କେନ୍ଦ୍ରରେ ଖାତା ଦେଖାଚାଲିଥିଲା । ଖାତାଦେଖା ପାଇଁ୧୫ ହଜାର ଶିକ୍ଷକ ନିଯୁକ୍ତ ହୋଇଥିଲେ । ଏବେ ଖାତାଦେଖା ସରିଛି । ଖୁବଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇବ । ସେପଟେ ଯୁକ୍ତ ଦୁଇ ମୂଲ୍ୟାୟନରେ ସମସ୍ୟା ରହୁଛି । ସଟଡାଉନ୍ ପାଇଁ ମୂଲ୍ୟାୟନ କେନ୍ଦ୍ରକୁ ଆସିପାରୁ ନାହାନ୍ତି ଶିକ୍ଷକ। ମୂଲ୍ୟାୟନ ଠିକ୍ କରିବାକୁ ବ୍ୟବସ୍ଥା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିବୁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

   Related Posts