ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ; ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ବୋର୍ଡ କର୍ତ୍ତୃପକ୍ଷଙ୍କ ସ୍ବୀକାର
2/03/2019 at 2:13 PM

ବଲାଙ୍ଗୀର|କଳାହାଣ୍ଡି ୨|୩ : ପୁଣି ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଗତ ୨୨ ତାରିଖରୁ ଆରମ୍ଭ ହୋଇଛି । ତେବେ ଆଜି ଗଣିତ ପରୀକ୍ଷା ଦେଉଥିବାବେଳେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ଓ କଳାହାଣ୍ଡିରେ ଗଣିତ ପ୍ରଶ୍ନପତ୍ର ସେଟ୍-D ମୋବାଇଲରେ ଘୂରି ବୁଲୁଛି । ଗଣିତ ଦୀର୍ଘ ପ୍ରଶ୍ନପତ୍ର ସହ ଏକ ଆଡମିଟ୍ କାର୍ଡ ମଧ୍ୟ ଥିବା ଦେଖିବାକୁ ମିଳିଛି ।
ତେବେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ବୋର୍ଡ କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି । କେଉଁଠାରୁ ଭାଇରାଲ ହୋଇଛି ଜଣାପଡିନଥିବା ବେଳେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷା ଜାହାନଆରା ବେଗମ କହିଛନ୍ତି ।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ
18 January 2021
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ହାତରେ ଲାଗିଛି ଗଭୀର କ୍ଷତ
18 January 2021