ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ, କହିଲେ ଭାଇରାଲ ଖବର ଗୁଜବ

Published By : Prameya-News7 Bureau | February 19, 2020 IST

 ଭୁବନେଶ୍ବର ୧୯।୦୨: ବୁଧବାର ଠାରୁ  ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ମାତୃଭାଷା ପ୍ରଶ୍ନପତ୍ର  ଭାଇରାଲ ଚର୍ଚ୍ଚା ହେବା ପରେ ସାରା ରାଜ୍ୟରେ ହୁରିପଡ଼ିଥିଲା । ଏନେଇ ଗଣଶିକ୍ଷା ମନ୍ତ୍ରୀ ଏହାର ତଦନ୍ତ ପ୍ରତିଶ୍ରୁତି ଦେଇଥିବା ବେଳେ ବୋର୍ଡ ସିଧା ଏହାକୁ ଖଣ୍ଡନ କରିଛି ।  

{"id":226497,"sizeSlug":"large"}

ଶହେ ସୁରକ୍ଷା ଶହେ ଆଇନ ଶହେ ସତର୍କତା । କିନ୍ତୁ ପୁଣିଥରେ ସେହି କଥା ଉଠିଲା। ମାଟ୍ରିକ ପ୍ରଶ୍ନପତ୍ର କୁଆଡ଼େ ଭାଇରାଲ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ହୁରିପଡ଼ିଥିଲା। ମୋବାଇଲରୁ ମୋବାଇଲ ଘୁରି ବୁଲିଥିଲା ପ୍ରଶ୍ନ ପତ୍ର । ତେବେ ପରୀକ୍ଷା ସରିବା ପରେ ଭାଇରାଲ ପ୍ରଶ୍ନପତ୍ର ଏବଂ ଅସଲି ପ୍ରଶ୍ନ ପତ୍ରକୁ ମିଳାଇବାରୁ ଜଣାପଡ଼ିଥିଲା ଏସବୁ ଫେକ୍ ଫେକ୍‌। ଅସଲି ପ୍ରଶ୍ନପତ୍ର ସହିତ କିଛିବି ସାମଞ୍ଜସ୍ୟ ନାହିଁ। ସେପଟେ ବୋର୍ଡ ବି ଏନେଇ ପ୍ରତିକ୍ରିୟା ରଖି ସ୍ପଷ୍ଟ କରିଥିଲା ଯେ ଏସବୁ ମିଛ। କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଏହାକୁ ଖଣ୍ଡନ କରିଥିଲେ।

{"id":226498,"sizeSlug":"large"}

କଥା ହେଉଛି, ହେଇପାରେ ଏହା ନକଲି ପ୍ରଶ୍ନପତ୍ର। କିନ୍ତୁ ଯିଏବି ଏମିତି ଗୁଜବକୁ ଭାଇରାଲ କରୁଛନ୍ତି ତାହା ବି କିଛି କମ୍‌ ଧର୍ତ୍ତବ୍ୟ କଥା ନୁହେଁ। ପରୀକ୍ଷା ପରିଚାଳନାରେ ଅନେତ ସତର୍କତା ନିଆଯାଇଛି ତଥାପି ବି କେହି ଦୁଷ୍ଟ ବୁଦ୍ଧି ଏହାକୁ ଉପହାସ କରିବାକୁ ଚେଷ୍ଟା କରୁଛି। ତେଣୁ ଏହାର ଯେ ମୂଳକୁ ଯିବା ଦରକାର , ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଘଟଣାର ତଦନ୍ତ କରାଯିବ।

{"id":226499,"sizeSlug":"large"}

ପ୍ରଥମ ପେପର  ମାତୃଭାଷା ପରୀକ୍ଷା ଶେଷ ପରେ ପରୀକ୍ଷାର୍ଥୀ ବେଶ ଖୁସି । ଆଜି ସାରା ରାଜ୍ୟର ୨ ହଜାର ୮ ଶହ ୮୮ ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୬୦ ହଜାର ୯୦୫ ଜଣ ପରୀକ୍ଷାର୍ଥୀ ।

{"id":226500,"sizeSlug":"large"}

ପ୍ରଥମ ଦିନରେ ପରୀକ୍ଷା ମଧ୍ୟାନ୍ନ ସାଢେ ୧୨ ଟାରେ ଶେଷ ହୋଇଛି  । କେବଳ ଗଣିତ ପରୀକ୍ଷା ଦିନ ୧୨ ଟା ୪୫ ମିନିଟ୍‌ରେ ପରୀକ୍ଷା ଶେଷ କରିବକୁ ସମୟ ନିର୍ଘଣ୍ଟ ହୋଇଛି ।

{"id":226501,"sizeSlug":"large"}

ପରୀକ୍ଷା ପରିଚାଳନା ପାଇଁ ପ୍ରଶାସନ, ପୁଲିସ , ଅଭିଭାବକ ଏବଂ ଜନସାଧାରଣଙ୍କ ତରଫରୁ ଏଥର ବେଶ୍ ଭଲ ସହଯୋଗ ମିଳିଛି । ସେପଟେ ବାଲେଶ୍ବର, ଢେଙ୍କାନାଳ ଭଳି କେତକ  ଜିଲ୍ଲାରେ ୧୦ରୁ ଅଧିକ ମାଟ୍ରିକ ପରୀକ୍ଷାର୍ଥୀ କପି କରି  ଧରାପଡିବା ବେଳେ ଜଣେ ନକଲି ପରୀକ୍ଷାର୍ଥୀ ମଧ୍ୟ ଧରାପଡିଛନ୍ତି  । ବସ୍ତା ବ୍ଲକ ରାଧାନାଥ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଏହି ନକଲି ପରୀକ୍ଷାର୍ଥୀକୁ ଧରିଥିଲେ ସେଣ୍ଟର ସୁପରିଂଟେଣ୍ଡେଣ୍ଟ ।

{"id":226502,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.