Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଅଗଷ୍ଟ ୨୨ ଭିତରେ ମାଟ୍ରିକ ଅଫଲାଇନ ରେଜଲ୍ଟ, ପଞ୍ଜୀକରଣ କରିଛନ୍ତି ୧୫,୧୧୫, ଏଣିକି ସିବିଏସଇ ଢାଞ୍ଚାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମୂଲ୍ୟାୟନ

17/07/2021 at 5:37 PM

ଭୁବନେଶ୍ଵର ୧୭।୦୭: ଜୁଲାଇ ୩୦ରୁ ଆରମ୍ଭ ହେବ ମାଟ୍ରିକ ଅଫ ଲାଇନ ପରୀକ୍ଷା। ବିନା ମାସ୍କରେ ପରୀକ୍ଷା ଦେଇ ପାରିବେନି ଛାତ୍ର-ଛାତ୍ରୀ। ଏଥିସହ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ବାଧ୍ୟତାମୂଳକ। ପରୀକ୍ଷା କେନ୍ଦ୍ରରେ ସ୍ଵତନ୍ତ୍ର ଆଇସୋଲେସନ ରୁମ ରହିବ। ପରୀକ୍ଷା ପୂର୍ବରୁ ଏବଂ ସରିବା ପରେ ଗୃହକୁ ସାନିଟାଇଜ୍ କରାଯିବ। ଅଗଷ୍ଟ ୧୦ରୁ ୧୫ ମଧ୍ୟରେ ପରୀକ୍ଷା ଖାତା ମୂଲ୍ୟାୟନ ହେବ। ଅଗଷ୍ଟ ୨୨ ମଧ୍ୟରେ ରେଜଲ୍ଟ ବାହାରିବ। ଏନେଇ ଶନିବାର ବଡ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ। ଏଥିସହ ଏଣିକି ଏଣିକି ସିବିଏସଇ ଢାଞ୍ଚାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମୂଲ୍ୟାୟନ କରାଯିବ ବୋଲି ସଚିବ କହିଛନ୍ତି।

ଗଣଶିକ୍ଷା ସଚିବ ସତ୍ୟବ୍ରହ ସାହୁ କହିଛନ୍ତି, ମାଟ୍ରିକ ପରୀକ୍ଷା ପାଇଁ ୧୫,୧୧୫ ଜଣ ଫର୍ମ ପୂରଣ କରିଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୩୧୫ ଫର୍ମ ପୁରଣ ହୋଇଛି। ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବ। କୋଭିଡ୍ ଗାଇଡ୍‌ଲାଇନ୍‌ ଅନୁଯାୟୀ ମାଟ୍ରିକ ପରୀକ୍ଷା ହେବ।  ପରୀକ୍ଷା ଦାୟିତ୍ଵରେ ଥିବା ସବୁ କର୍ମଚାରୀଙ୍କ କୋଭିଡ୍  ଟେଷ୍ଟ କରାଯିବ।

ଜୁଲାଇ ୩୦ରେ ଅଫଲାଇନରେ ମାଟ୍ରିକ୍ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି ।  ଜୁଲାଇ ୩୦ରୁ ଆରମ୍ଭ ହୋଇ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ । ଜୁଲାଇ ୩୦ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ ।  ସେହିପରି ଜୁଲାଇ ୩୧ ତାରିଖରେ ଦ୍ବିତୀୟ ଭାଷା, ଅଗଷ୍ଟ ୨ ତାରିଖରେ ଗଣିତ, ୩ ତାରିଖରେ ସାଧାରଣ ବିଜ୍ଞାନ, ୪ ତାରିଖରେ ସାମାଜିକ ବିଜ୍ଞାନ ଓ ୫ ତାରିଖରେ ତୃତୀୟ ଭାଷା ପରୀକ୍ଷା ହେବ। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବ । କେବଳ ଗଣିତ ପାଇଁ ୧୫ ମିନିଟ୍ ଅଧିକ ସମୟ ଦିଆଯିବ।

ସିବିଏସଇ ଢାଞ୍ଚାରେ ହେବ ମୂଲ୍ୟାୟନ

ଏଣିକି ସିବିଏସଇ ଢାଞ୍ଚାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମୂଲ୍ୟାୟନ କରାଯିବ। ନବମ ଏବଂ ଦଶମ ପୂରା ବର୍ଷ ଆସେସମେଣ୍ଟ ପରୀକ୍ଷା ଚାଲିବ। ବର୍ଷକରେ ୪ଟି ଫର୍ମେଟିଭ୍ ଓ ୨ଟି ସବମିଟିଭ୍ ପରୀକ୍ଷା ହେବ। ସେପ୍ଟେମ୍ବର ୨ୟ ସପ୍ତାହ, ନଭେମ୍ବର ପ୍ରଥମ ସପ୍ତାହରେ ପରୀକ୍ଷା କରାଯିବ। ସେହି ପରି ଜାନୁଆରୀ ୨ୟ ସପ୍ତାହ ଓ ମାର୍ଚ୍ଚ ୨ୟ ସପ୍ତାହରେ ହେବ ପରୀକ୍ଷା। ଆସେସମେଣ୍ଟ ପରୀକ୍ଷା ସରିଲେ ବାର୍ଷିକ ପରୀକ୍ଷା ଆୟୋଜିତ ହେବ। ଯଦି କୋଭିଡ୍ କାରଣରୁ ପରୀକ୍ଷା ନହୁଏ ତେବେ ଉକ୍ତ ପରୀକ୍ଷାର ଫଳାଫଳ ଅନୁସାରେ ରେଜଲ୍ଟ ଘୋଷଣା କରାଯିବ। ଶ୍ରେଣୀ ଶିକ୍ଷକଙ୍କ ଦ୍ଵାରା ଆସେସମେଣ୍ଟ ପରୀକ୍ଷା ପରିଚାଳନା କରାଯିବ।

   Related Posts