ଆନନ୍ଦପୁରରେ ହଟହଟା ମାଟ୍ରିକ୍ ପରୀକ୍ଷାର୍ଥୀ, ଆଡମିଟ୍ କାର୍ଡ ଦେବାକୁ ଟଙ୍କା ନେଉଛନ୍ତି ସ୍କୁଲ୍ କର୍ତ୍ତୃପକ୍ଷ

Published By : Prameya-News7 Bureau | February 19, 2020 IST

ଆନନ୍ଦପୁର ୧୯।୨: ଆଜି ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଆଡମିଟ୍ କାର୍ଡ ପାଇଁ ହଟହଟା ହୋଇଛନ୍ତି କିଛି ଛାତ୍ରଛାତ୍ରୀ । କେନ୍ଦୁଝର ଆନନ୍ଦପୁରରେ ସ୍କୁଲ୍ କର୍ତ୍ତୃପକ୍ଷ ଆଡମିଟ୍ କାର୍ଡ ଦେବା ନାଁରେ ପିଲାଙ୍କଠାରୁ ୨୦୦ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଜଣେ କି ୨ ଜଣ ନୁହେଁ ୧୨ ଜଣ  ପିଲାଙ୍କ ଠାରୁ ଟଙ୍କା  ଆଦାୟ କରାଯାଇଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

{"id":226196,"sizeSlug":"large"}

ଆନନ୍ଦପୁର ବ୍ଲକ୍ ଜଳସୁଆଁ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମାଧ୍ୟମିକ ମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରିକ୍ଷାର୍ଥୀଙ୍କ ପାଇଁ ଅନଲାଇନ୍ ଆଡମିଟ୍ କାର୍ଡ ବ୍ୟବସ୍ଥା କରାଇଥିଲା । ତେବେ  ଅଭିଭାବକଙ୍କ ସଚେତନତା  ଅଭାବରୁ ସ୍କୁଲ୍ କର୍ତ୍ତୃପକ୍ଷ ଏହାର ଫାଇଦା ନେଉଥିବା ଅଭିଯୋଗ ହୋଇଛି। 

{"id":226197,"sizeSlug":"large"}

ସେପଟେ  ବିଦ୍ୟାଳୟର ପ୍ରଧାନଶିକ୍ଷକ ଏହାକୁ  ଅସ୍ବୀକାର କରିଛନ୍ତି ।  ସେହିପରି  ଆନନ୍ଦପୁର ବିଇଓ ଏନେଇ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.