Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ରାତି ପାହିଲେ ମାଟ୍ରିକ ପରୀକ୍ଷା : ପ୍ରଥମ ଦିନ ଅଛି ମାତୃଭାଷା, ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ କେନ୍ଦ୍ରରେ ୧୪୪ ଧାରା ଜାରି

21/02/2019 at 4:45 PM

କଟକ ୨୧|୨: ରାତି ପାହିଲେ ମାଟ୍ରିକ ପରୀକ୍ଷା । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଚଳିତ ବର୍ଷ୫ ଲକ୍ଷ ୭୨ ହଜାର ୬ଶହ ୯୯ ଜଣ ପରୀକ୍ଷାର୍ଥୀ ଦେବେ ପରୀକ୍ଷା । ୨୮ ଶହ ୩୦ କେନ୍ଦ୍ରରେ ହେବ ପରୀକ୍ଷା । ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ସବୁ ପ୍ରସ୍ତୁତି କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ସକାଳ ୧୦ ଟାରୁ ଆରମ୍ଭ ହେବ ପରୀକ୍ଷା । ପରୀକ୍ଷା କେନ୍ଦ୍ରରେ ମୋବାଇଲ୍ ବାରଣ କରାଯାଇଛି ।

ପରୀକ୍ଷାର୍ଥୀ ପ୍ରସ୍ତୁତ । ପ୍ରସ୍ତୁତ ପରୀକ୍ଷା କେନ୍ଦ୍ର । ଶୁକ୍ରବାରଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ସକାଳ ୧୦ ଟାରୁ ୧୨ ଟା ୩୦ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । କେବଳ ଗଣିତ ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍ ସମୟ  ମିଳିବ । ଚଳିତ ବର୍ଷ ୨୮ ଶହ  ୩୦ କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୭୨ ହଜାର ୬୯୯ ପରୀକ୍ଷାର୍ଥୀ । ପ୍ରଶ୍ନପତ୍ର ସୁରକ୍ଷିତ ରଖିବାକୁ ୩୦୪ଟି ନୋଡାଲ୍ ସେଣ୍ଟର କରାଯାଇଛି । ସକାଳ ୬ଟାରୁ ସାଢେ ୮ଟା ମଧ୍ୟରେ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ଯିବ ପ୍ରଶ୍ନପତ୍ର । ପ୍ରଶ୍ନପତ୍ର ପରିବହନ ପାଇଁ ୬ ଶହ ୯୩ଟି ଡେସପ୍ୟାଚ୍ ଟିମ୍ କରାଯାଇଛି । ୨ ଜଣ ଇନଭିଜିଲେଟର, ୨ ଜଣ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ସିଲ୍ ଖୋଲାଯିବ । କପି ରୋକିବାକୁ ହୋଇଛି ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା । ପରୀକ୍ଷା ପରିଚାଳନା ପାଇଁ ୫୮ ଟି ଫ୍ଲାଇଂ ସ୍କ୍ବାଡ୍, ୪୪ ଟି ସ୍ବତନ୍ତ୍ର ସ୍କ୍ବାଡ୍, ୬ ଟି ଜୋନାଲ ସ୍କ୍ବାଡ୍ ଗଠନ କରାଯାଇଛି ।

ପରୀକ୍ଷାକୁ ତ୍ରୁଟି ଶୂନ୍ୟ କରିବାକୁ ଅନେକ କିଛି ପଦକ୍ଷେପ ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ କେନ୍ଦ୍ରରେ ୧୪୪ ଧାରା ଜାରି କରାଯିବ । କେତେକ ପରୀକ୍ଷା କେନ୍ଦ୍ରରେ ସିସି ଟିଭି ଲଗାଯାଇଛି । କେବଳ ଏତିକି ନୁହେଁ, ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଫୋନ୍ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ସେପଟେ ଜୀବନର ଏକ ବଡ ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ପରୀକ୍ଷାର୍ଥୀ । ପ୍ରଥମ ଦିନ ମାତୃଭାଷା ଓଡ଼ିଆ ଥିବାରୁ ଛାତ୍ରଛାତ୍ରୀ ଟିକେ ରିଲାକ୍ସ ଅଛନ୍ତି । ବ୍ୟସ୍ତ ବିବ୍ରତ ନହୋଇ ଧୈର୍ଯ୍ୟର ସହ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ।

ମାଟ୍ରିକ ପରୀକ୍ଷା ସହ ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଶ୍ବ ବିଦ୍ୟାଳୟ ପରୀକ୍ଷା ଏକ ସଙ୍ଗେ ଅନୁଷ୍ଠିତ ହେବ ।

   Related Posts