Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପାଇଁ କଟକଣା

1/02/2019 at 2:37 PM

କଟକ ୧/୨: ମାଟ୍ରିକ୍ ପରୀକ୍ଷା ପାଇଁ ବୋର୍ଡ଼ର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥର ପରୀକ୍ଷା ଦେବେ ୫ଲକ୍ଷ ୭୨ହଜାର ୬୯୯ଜଣ ଛାତ୍ରଛାତ୍ରୀ। ୨ହଜାର ୮୩୦ଟି ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ହେବ। ଓଏସ୍ ଓ ଓଇସ୍ ଅଧିକାରୀଙ୍କ ଉପସ୍ଥିତିରେ ଖୋଲାଯିବ ପ୍ରଶ୍ନପତ୍ର। ପ୍ରଶ୍ନପତ୍ର ରଖିବା ପାଇଁ ୩୦୪ଟି ନୋଡାଲ୍ ସେଣ୍ଟର ବ୍ୟବସ୍ତା କରାଯାଇଛି।

ପରୀକ୍ଷାଦିନ ହିଁ ପରୀକ୍ଷାକେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ। ପ୍ରଶ୍ନପତ୍ର ପହଞ୍ଚାଇବା ପାଇଁ ୬୯୩ଟି ଡେସପାଚ୍ ଟିମ୍ ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ୧୭ ପଏଣ୍ଟ ପ୍ରୋଟୋକଲ୍ ବ୍ୟବସ୍ଥା କରାଯାଇଛି। ସକାଳ ୧୦ଟାରୁ ୧୨.୩୦ ଯାଏଁ ପରୀକ୍ଷା ହେବ।

   Related Posts