ଆସନ୍ତା ୧୦ରୁ ମାଟ୍ରିକ୍ ଫର୍ମ ପୂରଣ, ଅନଲାଇନ୍‌ରେ ହେବ ପୁରା ପ୍ରକ୍ରିୟା

Published By : Prameya-News7 Bureau | January 06, 2021 IST

କଟକ ୬।୧: ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପାଇଁ ବାହାରିଲା ବିଜ୍ଞପ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୦ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ । କରୋନ ପାଇଁ ଚଳିତ ଥର ଅନଲାଇନ୍ ମାଧ୍ୟମରେ ହେବ ପୁରା ପ୍ରକ୍ରିୟା । ବିନା ଜରିମନା ସହ ଫର୍ମ ପୂରଣର ଶେଷ ତାରିଖ ହେଉଛି ୨୮ ଜାନୁଆରୀ ।

ସେହିଭଳି ଜରିମନା ସହ ଫର୍ମ ଦାଖଲର ଶେଷ ତାରିଖ ହେଉଛି ୨ ଫେବୃଆରୀ । ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଅନଲାଇନ୍‌ରେ ଫର୍ମ ଫିଲ୍ଅପ୍‌ କରିବେ । ସକାଳ ୧୦ଟାରୁ ଫର୍ମ ଫିଲଅପ୍ ଆରମ୍ଭ ହେବ । www.bseodisha.ac.in ୱେବସାଇଟ୍‌ରେ ଫର୍ମ ପୂରଣ ପାଇଁ ଲିଙ୍କ୍ ଓ ନିର୍ଦ୍ଦେଶାବଳୀ ଉଲ୍ଲେଖ ରହିଛି ।

{"id":387665,"sizeSlug":"large","linkDestination":"none"}

ସେପଟେ ପରୀକ୍ଷା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଛାତ୍ରଛାତ୍ରୀ । କରୋନା ମହାମାରୀ ପାଇଁ ଚଳିତ ଶିକ୍ଷାବର୍ଷ କିଛି ମାତ୍ରାରେ ପ୍ରଭାବିତ ହୋଇଛି । କ୍ଲାସରୁମ୍‌ରେ ପାଠପଢା ନହୋଇ ଅନଲାଇନ୍‌ ମାଧ୍ୟମରେ ପାଠ ପଢିଛନ୍ତି ଛାତ୍ରଛାତ୍ରୀ । ପ୍ରଶ୍ନପତ୍ର ଭଲ ଆସିଲେ ରେଜଲ୍ଟ ଭଲ ହେବ ବୋଲି ଆଶା ରଖିଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ।

ସୂଚନାଯୋଗ୍ୟ ଯେ, ଆସନ୍ତା ମେ’ ୩ରୁ ୧୫ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଆସନ୍ତା ଜାନୁଆରୀ ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ । ରବିବାର-ଶନିବାର ସ୍କୁଲରେ ପାଠପଢା ହେବ। ଅପ୍ରେଲ ୨୬ ତାରିଖ ପର୍ଯ୍ୟନ୍ତ ସ୍କୁଲରେ ପାଠପଢା ଜାରି ରହିବ । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ସ୍କୁଲରେ ୧୦୦ଦିନ ଛାତ୍ରଛାତ୍ରୀ ପାଠ ପଢିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.