ଫେବ୍ରୁଆରୀ ୨୨ରୁ ମାଟ୍ରିକ୍ ପରୀକ୍ଷା
14/12/2018 at 4:24 PM

କଟକ ୧୪|୧୨: ଆସନ୍ତା ଫେବ୍ରୁଆରୀ ୨୨ତାରିଖରୁ ଆରମ୍ଭ ହେବ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା । ଫେବୃଆରୀ ୨୨ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୮ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଫେବୃଆରୀ ୨୨ତାରିଖରୁ ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ମଧ୍ୟମା ପରୀକ୍ଷା ଅନୁଷ୍ଠିତ ହେବ । ପ୍ରେସମିଟ୍ ରେ ସୂଚନା ଦେଲେ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନାରା ବେଗମ।
ପରୀକ୍ଷା ପ୍ରଥମ ଦିନରେ ପ୍ରଥମ ଭାଷା ବା ମାତୃଭାଷା ପରୀକ୍ଷା ହେବ । ଓଡିଆ ସମେତ ୫ଟି ଭାଷା ଏହି ତାଲିକାରେ ରହିଛି । ୨୫ତାରିଖରେ ଇଂରାଜୀ ପରୀକ୍ଷା ହେବ । ଫେବ୍ରୁଆରୀ ୨୭ରେ ହିନ୍ଦୀ ଓ ୨୮ତାରିଖରେ ସଂସ୍କୃତ ପରୀକ୍ଷା ହେବ । ମାର୍ଚ୍ଚ ୨ରେ ଗଣିତ, ମାର୍ଚ୍ଚ ୬ରେ ସାଧାରଣ ବିଜ୍ଞାନ ଓ ୮ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ ।

