ମାଟ୍ରିକ ପରୀକ୍ଷା- ଧରାହେଲେ ଏତିକି ପରୀକ୍ଷାର୍ଥୀ,ଜାଣନ୍ତୁ କାହିଁକି

Published By : Prameya-News7 Bureau | February 22, 2020 IST

ଭୁବନେଶ୍ୱର ୨୨।୦୨-ସରିଛି ଦ୍ବିତୀୟ ଦିନର ମାଟ୍ରିକ ପରୀକ୍ଷା । ଆଜି ଇଂରାଜୀ ପରୀକ୍ଷା ସରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସୁରୁଖୁରୁରେ ପରୀକ୍ଷା ସରିଥିବା ବେଳେ କିଛି ସ୍ଥାନରେ ଦେଖାଦେଇଛି ବିଭ୍ରାଟ । ପୁରୀରେ ଜଣେ ନକଲି ପରୀକ୍ଷାର୍ଥୀ ଧରାପଡିଥିବା ବେଳେ କେତେକ ରାଜ୍ୟର ବିଭିନ୍ନ ସ୍ଥାନରେ କପି କରି ସ୍ବତନ୍ତ୍ର ସ୍କ୍ବାର୍ଡ ହାତରେ ଧରାପଡିଛନ୍ତି କିଛି ଛାତ୍ରଛାତ୍ରୀ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।…

{"id":227876,"sizeSlug":"large"}

ସରିଛି ଦ୍ବିତୀୟ ଦିନର ମାଟ୍ରିକ ପରୀକ୍ଷା । ଆଜି ଇଂରାଜୀ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ । ରାଜ୍ୟର ବିଭିନ୍ନ ସ୍ଥାନରେ ସୁରୁଖୁରୁରେ ପରୀକ୍ଷା ସରିଛି । ହେଲେ କିଛି ସ୍ଥାନରେ ନାନା ବିଭ୍ରାଟ ଦେଖାଦେଇଛି । କେନ୍ଦୁଝର ଆନନ୍ଦପୁରରେ ପରୀକ୍ଷା କେନ୍ଦ୍ରରେ ବିଳମ୍ବରେ ପହଞ୍ଚିଥିଲେ ମାଟ୍ରିକ ପରୀକ୍ଷାର୍ଥୀ ।

{"id":227878,"sizeSlug":"large"}

ଟ୍ରାଫିକ ସମସ୍ୟା ଯୋଗୁଁ କୁଣ୍ଡୁଳେଇ ହାଇସ୍କୁଲର ପରୀକ୍ଷାର୍ଥୀମାନେ ରାସ୍ତାରେ ଫସିଯାଇଥିଲେ । ତେଣୁ ଛାତ୍ରଛାତ୍ରୀ ବିଳମ୍ବରେ ପହଞ୍ଚିଥିବା ଅଭିଯୋଗ ହୋଇଛି । ମାତ୍ରାଧିକ ଲୁହାପଥର ବୋଝେଇ ଟ୍ରକ୍ ଚଳାଚଳ ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଥିଲା । ପୂର୍ବରୁ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଯାତାୟତରେ ଯେପରି ବାଧା ନ ଉପୁଜିବ ସେଥିଲାଗି ଭାରି ଯାନ ଚଳାଚଳ ଉପରେ କଟକଣା ଜାରି ହୋଇଥିଲା ।

{"id":227880,"sizeSlug":"large"}

ଚଳିତ ମାସ ୧୯ ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଭୋର ୫ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟ୍ରକ ଚଳାଚଳକୁ ସମ୍ପୂର୍ଣ୍ଣ ନିଷେଧ ପାଇଁ ଜିଲ୍ଲାପାଳ ନର୍ଦ୍ଦେଶ ଦେଇଥିଲେ । ହେଲେ ଏହି ସମୟରେ କେମିତି ଟ୍ରକ୍ ଚାଲିଲା ତାକୁ ନେଇ ଅସନ୍ତୋଷ ଦେଖାଦେଇଛି ।ତେବେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆନନ୍ଦପୁର ଉପ ଜିଲ୍ଲାପାଳ କହିଛନ୍ତି ।

{"id":227881,"sizeSlug":"large"}

ସେପଟେ ପୁରୀରେ ଜଣେ ନକଲି ପରୀକ୍ଷାର୍ଥୀ ଧରାପଡିଛି । ସଦର ବ୍ଳକ ବାସୁଦେବପୁର କନକଦୁର୍ଗା ଉଚ୍ଚ ବିଦ୍ୟାଳୟରୁ ସୌମ୍ୟରଂଜନ ମହାନ୍ତି ନାମକ ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଗରିଫ କରିଛି ପୋଲିସ । ସେ ପଥରପଦା ହାଇସ୍କୁଲର ରାଜା ପାତ୍ରଙ୍କ ବଦଳରେ ପରୀକ୍ଷା ଦେଉଥିଲେ । ଯାଞ୍ଚ ସମୟରେ ପରୀକ୍ଷା ନିୟନ୍ତ୍ରକ ଏହା ଜାଣିବା ପରେ ତାଙ୍କୁ ଗିରଫ କରାଯାଇଛି । ସେପଟେ କେତେକ ସ୍ଥାନରେ କପି କରି ସ୍ପେସାଲ୍‌ ସ୍କ୍ବାର୍ଡ ହାତରେ ଧରାପଡିଛନ୍ତି କିଛି ପରୀକ୍ଷାର୍ଥୀ ।ଏପରି ୧୧୦ ଜଣ ପରୀକ୍ଷାର୍ଥୀଙ୍କୁ ମାଲ୍‌ ପ୍ରାକ୍ଟିସ୍‌ରେ ବୁକ୍ କରାଯାଇଛି। ଆଉ ଏ ହେଉଛି ଢେଙ୍କାନାଳ କଙ୍କଡାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରର ଦୃଶ୍ୟ । ପାଚେରୀ ଡେଇଁ କିଛି ଯୁବକ ଓ ଅଭିଭାବକ ଖୁଲମ ଖୁଲା କପି ଯୋଗାଉଥିବା ଦେଖିବାକୁ ମିଳିଛି । ସେହିପରି ଗଡପଳାଶୁଣି ସେଣ୍ଟରରେ କପି ପାଇଁ ପୋଲିସ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

{"id":227882,"sizeSlug":"large"}

ଏହା ଭିତରେ ଏକ ଦୁଃଖଦ ଖବର ବି ଆସିଛି । ଗଜପତି ଜିଲ୍ଲା ମୋହନା ଗୋବିନ୍ଦପୁର ଗାଁରେ ପୋଖରୀରେ ବୁଡ଼ି ପରୀକ୍ଷାର୍ଥୀ ନାରାୟଣ ମଲ୍ଲିକଙ୍କ ମୃତ୍ୟୁ ହୋଇଛି । ସକାଳେ ପରୀକ୍ଷା ଦେବା ପାଇଁ ଯିବା ପୂର୍ବରୁ ସେ ପାଣିରେ ବୁଡି ଯାଇଥିଲେ ।

{"id":227883,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.