ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା : ମାଟ୍ରିକ୍‌ ପରୀକ୍ଷାକୁ ସମ୍ପୁର୍ଣ୍ଣ କପିମୁକ୍ତ କରିବା ସହ ପ୍ରଶ୍ନପତ୍ର ଲିକ୍ ନହେବା ଉପରେ ଅଧିକ ଗୁରୁତ୍ବ

Published By : Prameya-News7 Bureau | February 17, 2020 IST

କଟକ ୧୭/୨: ମଝିରେ ଆଉ ମାତ୍ର ଗୋଟିଏ ଦିନ । ଫେବ୍ରୁଆରୀ ୧୯ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ  ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କପି ରୋକିବା ସହ ପରୀକ୍ଷା ପ୍ରଶ୍ନପତ୍ର  କିଭଳି ଲିକ୍ ନହେବ, ତା ଉପରେ ସବୁଠୁ ଅଧିକ ଗୁରୁତ୍ବ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ପରୀକ୍ଷା ଅବଜରଭରଙ୍କର ଉପସ୍ଥିତିରେ ଖୋଲିବ ପ୍ରଶ୍ନପତ୍ର ପ୍ୟାକେଟ୍ । ସେଥିରେ ୨ ଜଣ ପରୀକ୍ଷାର୍ଥୀଙ୍କ ଦସ୍ତଖତ ବି ରହିବ । କପି ରୋକିବା ପାଇଁ ପ୍ରଥମଥର ପାଇଁ ନିୟୋଜିତ ହେବେ ଅଧ୍ୟାପକ। 

{"id":225598,"sizeSlug":"large"}

ଆସନ୍ତା ୧୯ରୁ ଆରମ୍ଭ ହେବ ବର୍ଷର ମାଟ୍ରିକ୍‌ ପରୀକ୍ଷା ।  ଚଳିତବର୍ଷ ରାଜ୍ୟରେ ମୋଟ ୨ ହଜାର ୮୮୮ ଟି ପରୀକ୍ଷା କେନ୍ଦ୍ରରେ  ପରୀକ୍ଷା ଦେବେ ୫ ଲକ୍ଷ ୬୦ ହଜାର ୯୦୫ ଜଣ ଛାତ୍ରଛାତ୍ରୀ । ଏଥର ପରୀକ୍ଷାରେ ଦୁଇଟି ମୁଖ୍ୟ ପ୍ରସଙ୍ଗ ଉପରେ ଗୁରୁତ୍ବ ଦେଇଛନ୍ତି କର୍ତ୍ତୃପକ୍ଷ । ମାଟ୍ରିକ୍‌ ପରୀକ୍ଷାକୁ ସମ୍ପୁର୍ଣ୍ଣ କପିମୁକ୍ତ କରିବା ସହ ପ୍ରଶ୍ନପତ୍ର  ଲିକ୍ ନହେବା ଉପରେ ଅଧିକ ଫୋକସ୍‌ କରାଯାଇଛି । ଏହାସହ ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି ମଧ୍ୟ ଲଗାଇବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି   । ସମ୍ବଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ ୧ ହଜାର ପରୀକ୍ଷା କେନ୍ଦ୍ରରେ ସି ସି ଟିଭି ଲଗା ସରିଛି । ୟୁ ପି ଏସ୍ ସି ଏବଂ ଓ ପି ଏସ୍ ସି ପରୀକ୍ଷା ଢାଞ୍ଚାରେ ଏକ୍ସାମିନେସନ ଅବଜରଭରଙ୍କ ଉପସ୍ଥିତିରେ ଏବଂ ପରୀକ୍ଷା ହଲରେ ହିଁ ପ୍ରଶ୍ନ ପ୍ୟାକେଟ୍‌ ଖୋଲାଯିବ  । ୨ ଜଣ ପରୀକ୍ଷାର୍ଥୀ ସେଥିରେ ଦସ୍ତଖତ କରିବେ । ନମ୍ବର ପଛରେ ନଧାଇଁ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

{"id":225599,"sizeSlug":"large"}

ପରୀକ୍ଷା ବେଳେ କପି ରୋକିବା ଲାଗି ତ୍ରୀସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ପ୍ରଥମ ଥର ଲାଗି ୧୧୮ ଜଣ ଅଧ୍ୟାପକ ସ୍କାର୍ଡ ଭାବେ ନିଯୁକ୍ତ ହେବେ । ପ୍ରାୟ ସମସ୍ତ ପରୀକ୍ଷା କେନ୍ଦ୍ର ନିକଟରେ ପୁଲିସ ପାଟ୍ରୋଲିଂ କରିବ । ସମସ୍ତ ରୀକ୍ଷାର୍ଥୀଙ୍କ ପାଖରେ ଆର୍ଡମିଟ୍ କାର୍ଡ ପହଞ୍ଚି ସାରିଥିବା ବେଳେ କୌଣସି କାରଣରୁ ଯଦି କେହି ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ପାଇନାହାନ୍ତି,  ସେମାନଙ୍କ ପାଇଁ ସ୍କୁଲର କେହିବି ଶିକ୍ଷକ ସାର୍ଟିଫାଏ କଲେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କୁ ଆଡମିଟ୍ କାର୍ଡ ମିଳିପାରିବ ବୋଲି ବ୍ୟବସ୍ଥା ହୋଇଛି । ଏହାଛଡା ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ଫୋନକୁ ସମ୍ପୁର୍ଣ୍ଣ ନିଷେଧ କରାଯାଇଛି । ଏପରିକି ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ମଧ୍ୟ ପରୀକ୍ଷା ବେଳେ ମୋବାଇଲ୍ ଫୋନ୍ ନିଜ ପାଖରେ ରଖିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

{"id":225600,"sizeSlug":"large"}

ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ । ମାର୍ଚ୍ଚ ୧୮ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୧୦ ତାରିଖରେ ଶେଷ ହେବ ।  ଖାତାଦେଖାକୁ ସଂମ୍ପୁର୍ଣ୍ଣ ନିର୍ଭୁଲ ରଖିବାକୁ ଚଳିତ ବର୍ଷ ଚେକର ଏବଂ ମେକର ବ୍ୟବସ୍ଥା ଲାଗୁ ହେବ ।.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.