ଫେବୃଆରୀ ତୃତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷା

Published By : Prameya-News7 Bureau | December 17, 2019 IST

ଭୁବନେଶ୍ବର ୧୭।୧୨:  ଫେବୃଆରୀ ୩ୟ ସପ୍ତାହରେ ଆରମ୍ଭ ହେବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ତେବେ ଫେବୃୟାରୀର ତୃତୀୟ ସପ୍ତାହର କେଉଁ ତାରିଖରେ େହା ଆରମ୍ଭ ହେବ ସେ ନେଇ ମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ କହିନଥିବା ବେଳେ ତାହା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯିବ ବୋଲି ସୂଚାଇଛନ୍ତି ।

ପରୀକ୍ଷା କେନ୍ଦ୍ରରେ ସ୍ବଚ୍ଛତା ଅଣାଯିବା ନେଇ ଅଧିକ ଗୁରୁତ୍ବ ଦିଆଯାଉଛି । ପରୀକ୍ଷା କିପରି ସୁରୁଖୁରରେ ସମ୍ପାଦିତ ହେବ ତାହା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି । ପରୀକ୍ଷା କେନ୍ଦ୍ରଗୁଡିକ ଉପରେ ଗୁରୁତ୍ବ ଦିଆଯାଇଛି । ଗତ ବର୍ଷ କିଛି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିଲା । କିଛି ସେଣ୍ଟରରେ ସୁବିଧା ନଥିବାରୁ ସିସିଟିଭି ଲଗାଯାଇପାରିନଥିଲା । ଗତବର୍ଷ ଯେଉଁ ପରୀକ୍ଷା କେନ୍ଦ୍ରଗୁଡିକରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ଆସିଥିଲା ସେହି କେନ୍ଦ୍ରଗୁଡିକ ଉପରେ ଚଳିତବର୍ଷ ଧ୍ୟାନ ଦିଆଯିବ । ସେହିଠାରେ କେନ୍ଦ୍ରଗୁଡିକ କରାଯିବ ଅଥବା ପାଖାପାଖି ପରୀକ୍ଷା କେନ୍ଦ୍ରଗୁଡିକରେ ସୁବିଧା ଥିଲେ ସେଠାରେ ପରୀକ୍ଷା କେନ୍ଦ୍ର କରାଯିବ । ପରୀକ୍ଷା ସମ୍ପଦନ ଏବଂ ଯଥା ସମୟରେ ରେଜଲ୍ଟ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ଗତବର୍ଷ କିଛି କାରଣରୁ ରେଜଲ୍ଟ ବିଳମ୍ବିତ ହୋଇଥିଲା ।  ତାହା ଫଳାଫଳକୁ ପ୍ରଭାବିତ କରିଥିବାର ଅଭିଯୋଗ ମଧ୍ୟ ଉଠିଥିଲା । ସେହି ପରିପ୍ରେକ୍ଷୀରେ ଚଳିତ ବର୍ଷ ପରୀକ୍ଷାର ସୁପରିଚାଳନା ପ୍ରତି ବୋର୍ଡ କର୍ତ୍ତୃପକ୍ଷ ଏବଂ ସରକାର ଅଧିକ ସତର୍କ ରହିବା ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.