ଆସନ୍ତାକାଲିଠୁ ମାଟ୍ରିକ ଖାତା ଦେଖା : ୬୦ଟି କେନ୍ଦ୍ରରେ ମୁଲ୍ୟାୟନ, ୪୫ଦିନ ମଧ୍ୟରେ ରେଜଲ୍ଟ

Published By : Prameya-News7 Bureau | May 25, 2020 IST

ଭୁବନେଶ୍ୱର ୨୫।୦୫:  ଆସନ୍ତାକାଲିଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ। ୬୦ଟି ସେଣ୍ଟରରେ ହେବାକୁ ଥିବା ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର ଉପରେ ଜୋର ଦିଆଯାଇଛି। ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା। ଏହାପରେ ଲକ୍‌ଡାଉନ୍‌ ହେବାରୁ ମୂଲ୍ୟାୟନ ସ୍ଥଗିତ ରହିଥିଲା ।

ସେହିପରି ମେ ୨୦ରେ ଖାତା ଦେଖା ପାଇଁ ସ୍ଥିର ହୋଇଥିଲା । ହେଲେ ଅମ୍ପନ ବାତ୍ୟା ପାଇଁ ଏହା ମେ ୨୧କୁ ଘୁଞ୍ଚାଇ ଦିଆ ଯାଇଥିଲା। ତେବେ କିଛି ଅଂଚଳ ବାତ୍ୟା ପ୍ରଭାବିତ ହୋଇଥିବାରୁ, ଏହାକୁ ସ୍ଥଗିତ ରଖାଯାଇଥିଲା। ଶେଷରେ ମେ ୨୬ ତାରିଖରୁ ଖାତା ଦେଖା ପାଇଁ ସ୍ଥିର ହୋଇଛି । ୪୫ ଦିନ ଭିତରେ ଫଳାଫଳ ବାହାରିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଖାତାଦେଖା ହେବ। ସମସ୍ତ ପରୀକ୍ଷା ଖାତା ସୁରକ୍ଷିତ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.