Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ମାଟ୍ରିକ ଖାତା ଦେଖା ୨୬ରୁ ଆରମ୍ଭ : ସମସ୍ତ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶନାମା

21/05/2020 at 4:53 PM

ଭୁବନେଶ୍ବର୨୧/୫: ପୁଣି ବଦଳିଲା ନିଷ୍ପତ୍ତି। ମେ ୨୬ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା।  ଏ ନେଇ ଗଣ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହସହ ପୂର୍ବରୁ ନିର୍ଦ୍ଧାରିତ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ବୋଲି ସୂଚନା ଦିଆଯାଇଛି।  ଏ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଅନୁପାଳନ କରାଯିବ। ଏଚ୍‌ଏସ୍‌ସି , ଏସ୍‌ଓଏସ୍‌ସି ଓ ମଧ୍ୟମ ପାଇଁ ଖାତା ମୂଲ୍ୟାୟନ ହେବ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି। ଖାତାଦେଖା କେନ୍ଦ୍ରରେ ନୋଡାଲ ଅଫିସର ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି।

ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ୍ ପରୀକ୍ଷା ଫଳ। ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଲା ପରେ ଯାଇ ମାଟ୍ରିକ୍ ପରୀକ୍ଷା ଖାତାଦେଖା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଥିଲେ । କିନ୍ତୁ ଚଳିତ ମାସ ଶେଷ ସୁଦ୍ଧା ଖାତାଦେଖା କାର୍ଯ୍ୟ ଆରମ୍ଭ ହେବ ଏବଂ ଜୁଲାଇ ଶେଷ ସୁଦ୍ଧା ବାହାରିବ ପରୀକ୍ଷା ଫଳ। ମନ୍ତ୍ରୀ କଥା ଅନୁସାରେ ମେ ୨୬ ତାରିଖରୁ ମାଟ୍ରିକ ଖାତା ଆରମ୍ଭ ବୋଲି ସ୍ପଷ୍ଟ ହୋଇଛି।  ପ୍ରଥମେ କରୋନା ଭୟରେ ଅଟକି ଯାଇଥିଲା ଖାତାଦେଖା । ତାପରେ ମହାବାତ୍ୟା ‘ଅମ୍ଫାନ’ ଲାଗି ମଧ୍ୟ ଘୁଞ୍ଚିଲା । ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ, ମେ ୨୬ରୁ ଖାତା ଦେଖା ଆରମ୍ଭ ହେବ।

   Related Posts