ରାତି ପାହିଲେ ମାଟ୍ରିକ ପରୀକ୍ଷା- ପରୀକ୍ଷା କେନ୍ଦ୍ରରେ ହୋଇଛି ଏହି ବ୍ୟବସ୍ଥା
18/02/2020 at 8:07 PM

ଭୁବନେଶ୍ୱର ୧୮।୦୨ ରାତି ପାହିଲେ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ପରିଷଦ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ । ମୋଟ ୨ ହଜାର ୭୬୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୭ ହଜାର ପରିକ୍ଷାର୍ଥୀ । ୩୦୭ଟି ନୋଡାଲ୍ କେନ୍ଦ୍ର ହୋଇଥିବା ବେଳେ ଅତି ସମ୍ବେଦନଶୀଳ ଅଞ୍ଚଳରେ ୨୨ଟି ନୋଡାଲ କେନ୍ଦ୍ର ଥାନାରେ କରାଯାଇଛି ।

କାଲି ଠୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ସକାଳ ୧୦ଟାରେ ପ୍ରଥମ ସିଟିଂ। ମାତୃଭାଷାରେ ପରୀକ୍ଷା। ୫ ଲକ୍ଷ ୪୭ ହଜାର ୭୮୩ ଜଣ ଛାତ୍ରଛାତ୍ରୀ ସେମାନଙ୍କ କ୍ୟାରିୟରର ମୂଳଦୁଆରେ ପ୍ରଥମ ପିଲାର ଠିଆ କରାଇବେ।

୨ ହଜାର ୭୬୩ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ। ୩୦୭ଟି ନୋଡାଲ୍ କେନ୍ଦ୍ର ହୋଇଥିବା ବେଳେ ଅତି ସମ୍ବେଦନଶୀଳ ଅଞ୍ଚଳରେ ୨୨ଟି ନୋଡାଲ କେନ୍ଦ୍ର ଥାନାରେ କରାଯାଇଛି ।

ସେଥିମଧ୍ୟରୁ କୋରାପୁଟ ଜିଲ୍ଲାରେ ୫ଟି, କନ୍ଧମାଳ ଜିଲ୍ଲାରେ ୭ଟି ଏବଂ ମାଲକାନଗିରି ଜିଲ୍ଲାରେ ୧୦ଟି କେନ୍ଦ୍ର ରହିଛି। ପରୀକ୍ଷା ପରିଚାଳନାକୁ ସ୍ବଚ୍ଛ କରିବା ପାଇଁ ୧ ହଜାର ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି।

ସ୍କ୍ବାର୍ଡ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପରୀକ୍ଷାର ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ୪ ଥାକିଆ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି। ସେହିପରି ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଏକାସଙ୍ଗେ ଅନୁଷ୍ଠିତ ହେବ ।

ଏଥର ପରୀକ୍ଷାରେ ଦୁଇଟି ମୁଖ୍ୟ ପ୍ରସଙ୍ଗ ଉପରେ ଗୁରୁତ୍ବ ଦେଇଛନ୍ତି କର୍ତ୍ତୃପକ୍ଷ । ମାଟ୍ରିକ୍ ପରୀକ୍ଷାକୁ ସମ୍ପୁର୍ଣ୍ଣ କପିମୁକ୍ତ କରିବା ସହ ପ୍ରଶ୍ନପତ୍ର ଲିକ୍ ନହେବା ଉପରେ ଅଧିକ ଫୋକସ୍ କରାଯାଇଛି ।

କପି ରୋକିବା ପାଇଁ ଅଧ୍ୟାପକମାନଙ୍କୁ ସ୍ବାର୍ଡ ରେ ନିୟୋଜିତ କରାଯାଇଛି।

ଆଡମିଟ୍ କାର୍ଡ ସମସ୍ତ ପରୀକ୍ଷାର୍ଥିଙ୍କୁ ଦିଆଯାଇଛି।

ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ ନିଷେଧ କରାଯାଇଛି।

ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ଫଳ ସଠିକ ସମୟରେ ପ୍ରକାଶ ପାଇବ ବୋଲି ଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।

ମାଟ୍ରିକ ପରୀକ୍ଷା ଫେବ୍ରୁଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ ।

ମାର୍ଚ୍ଚ ୧୮ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୧୦ ତାରିଖରେ ଶେଷ ହେବ ।

ଖାତାଦେଖାକୁ ସଂମ୍ପୁର୍ଣ୍ଣ ନିର୍ଭୁଲ ରଖିବାକୁ ଚଳିତ ବର୍ଷ ଚେକର ଏବଂ ମେକର ବ୍ୟବସ୍ଥା ଲାଗୁ ହେବ।
