ମାଟ୍ରିକ ପରୀକ୍ଷା ସରିଲା, ୧୮ରୁ ଖାତା ଦେଖା : ନିୟୋଜିତ ହେବେ ୧୫ହଜାର ଶିକ୍ଷକ-ଶିକ୍ଷୟତ୍ରୀ

Published By : Prameya-News7 Bureau | March 02, 2020 IST

କଟକ ୦୨।୦୩ : ସୋମବାର ଦିନ ସରିଲା ମାଟ୍ରିକ ପରୀକ୍ଷା । ତେବେ ମାଟ୍ରିକ ପରୀକ୍ଷା ପରେ ଏବେ ଖାତା ଦେଖା ଚିନ୍ତାରେ ବୋର୍ଡ । ମାର୍ଚ୍ଚ ୧୮ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୧୦ ତାରିଖରେ ଶେଷ ହେବ ବୋଲି ଜଣାପଡିଛି । ତେବେ ମାଟ୍ରିକ ଖାତା ଦେଖାରେ ନିୟୋଜିତ ହେବେ ୧୫ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ।

ଫେବୃଆରୀ ୧୯ ତାରିଖରୁ  ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା । ମୋଟ୍ ୨ ହଜାର ୭୬୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୪୭ ହଜାର ପରୀକ୍ଷାର୍ଥୀ । ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର କରାଯାଇଥିଲା । ପରୀକ୍ଷା ପାଇଁ ୨ ହଜାର ୭୬୩ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା । ମୋଟ ୩୦୭ଟି ନୋଡାଲ୍‍ କେନ୍ଦ୍ର ହୋଇଥିବା ବେଳେ ଅତି ସମ୍ବେଦନଶୀଳ ଅଞ୍ଚଳରେ ୨୨ଟି ନୋଡାଲ କେନ୍ଦ୍ର ଥାନାରେ କରାଯାଇଥିଲା । ପରୀକ୍ଷା ଠିକଣା ଭାବେ ପରିଚାଳନା  ପାଇଁ ୧ ହଜାର ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଥିଲା । ସ୍କ୍ବାର୍ଡ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିଲା । ପରୀକ୍ଷାର ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ୪ ଥାକିଆ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଥିଲା । ସେହିପରି ପରୀକ୍ଷା ସମୟରେ ବିଭିନ୍ନ ସ୍ଥାନରେ କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । କେଉଠି ସିସିଟିଭି ଭାଙ୍ଗିଥିଲେ, ତ କେଉଠି ନୋଡାଲ ସେଣ୍ଟରରେ ନିଆଁ ଲାଗିଯାଇଥିଲା । ତେବେ କପି କରି ମଧ୍ୟ କିଛି ପରୀକ୍ଷାର୍ଥୀ ଧରାପଡିଛନ୍ତି । ଏବଂ ପରୀକ୍ଷାର୍ଥୀଙ୍କ ବଦଳରେ ଅନ୍ୟ କେହି ଆସି ପରୀକ୍ଷା ଦେଉଥିବା ଅଭିଯୋଗରେ ମଧ୍ୟ ଧରାପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.