Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ମାଟ୍ରିକ୍ ପରୀକ୍ଷା ପାଇଁ ବୋର୍ଡ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ, ରାଜ୍ୟ ସରକାରଙ୍କର ଗାଇଡଲାଇନ ଅନୁସାରେ କରାଯିବ ପରୀକ୍ଷା

30/12/2020 at 12:34 PM

କଟକ ୩୦।୧୨: ବୁଧବାର ବସୁଛି ମାଧ୍ୟମିକ ଶିକ୍ଷା ପରିଷଦର ଜେନେରାଲ ବଡି ବୈଠକ । ମାଟ୍ରିକ ପରୀକ୍ଷା ନେଇ ଏହି ବୈଠକରେ ଆଲୋଚନା ହେବ। ତେବେ ଏ ସଂପର୍କରେ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି।

ସରକାରଙ୍କ ନିଷ୍ପତ୍ତି ପରେ ଏନେଇ ପଦକ୍ଷେପ ନିଆଯିବ। ଫେବ୍ରୁଆରୀ ମାସରେ ପରୀକ୍ଷା ହେବାର ଥିଲେ ମଧ୍ୟ ଏହା କରୋନା ସ୍ଥିତି ଯୋଗୁଁ ବିଳମ୍ବିତ ହୋଇପାରେ । ମାଟ୍ରିକ୍ ପରୀକ୍ଷା ପାଇଁ ବୋର୍ଡ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ରାଜ୍ୟ ସରକାରଙ୍କର ଗାଇଡଲାଇନ ଅନୁସାରେ ପରୀକ୍ଷା କରାଯିବ । ବିଳମ୍ବରେ ହେଲେ ବି ପରୀକ୍ଷାକୁ ସୂଚାରୁ ରୂପେ କରାଯିବ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି କହିଛନ୍ତି ।

ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେବେ ଆଗାମୀ ଦିନରେ ମାଟ୍ରିକ୍‌ ପରୀକ୍ଷା ନେଇ କଳ୍ପନାଜଳ୍ପନା ଲାଗିରହିଥିଲା । ଯେ ଆଗାମୀ ଦିନରେ କିପରି ପରୀକ୍ଷା ହେବ ଏବଂ କିପରି ପରୀକ୍ଷାକୁ ସୂଚାରୁ ରୂପେ କରାଯିବ । ସେନେଇ ଅନେକ ପ୍ରଶ୍ନ ଉଠିଥିଲା । କରୋନା ସଂକ୍ରମଣ ଏବେ କମିବାରେ ଲାଗିଥିବା ବେଳେ ବ୍ରିଟେନ୍‌ରେ ସୃଷ୍ଟି ହୋଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ ଏବେ ସମସ୍ତଙ୍କ ଚିନ୍ତା ବଢାଇଦେଇଛି । ତେବେ ଆସନ୍ତା ଦିନରେ କେବେ ପରୀକ୍ଷା କରାଯିବ । ତାହା ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି ।

   Related Posts