Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

ରାଜ୍ୟର ସମସ୍ତ ଜିଲ୍ଲାକୁ ପଠାଗଲା ମାଟ୍ରିକ୍ ସାର୍ଟିଫିକେଟ୍

29/06/2019 at 10:21 AM

କଟକ ୨୯|୬: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷାର ସାର୍ଟିଫିକେଟ୍ ଗୁଡ଼ିକ ରାଜ୍ୟର ସମସ୍ତ ଜିଲ୍ଲାକୁ ପଠାଯାଇଛି । ଏହା ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତାକାଲିଠାରୁ ଜୁଲାଇ ୧ ତାରିଖ ମଧ୍ୟରେ ବିତରଣ କରାଯିବ । ମାଟ୍ରିକର ଅରିଜିନାଲ ସାର୍ଟିଫିକେଟ, ମାଇଗ୍ରେସନ ସାର୍ଟିଫିକେଟ, ଅକୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମାର୍କ ସିଟ୍‍ ଓ ଟାବୁଲେସନ ରେଜିଷ୍ଟର ମଧ୍ୟ ବିତରଣ ହେବ ।

ବୋର୍ଡର ୬ଟି ଜୋନ୍‍ ଅଧୀନରେ କରାଯାଇଥିବା ବିତରଣ କେନ୍ଦ୍ରରୁ ହାଇସ୍କୁଲର ମୁଖ୍ୟ ବା କ୍ଷମତାପ୍ରାପ୍ତ କର୍ମଚାରୀ ସାର୍ଟିଫିକେଟଗୁଡ଼ିକୁ ସଂଗ୍ରହ କରିବେ। ସମ୍ପୃକ୍ତ ଜିଲ୍ଲା ଶିକ୍ଷାଧିକାରୀ ସାର୍ଟିଫିକେଟ ବିତରଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିସହ ସାର୍ଟିଫିକେଟ ବିତରଣ ସଂକ୍ରାନ୍ତ କୌଣସି ସମସ୍ୟା ଉପୁଜିଲେ ତୁରନ୍ତ ଜିଲା ଶିକ୍ଷାଧିକାରୀ ତତ୍‍କ୍ଷଣାତ୍‍ ବିତରଣ କେନ୍ଦ୍ରରେ ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି ।

   Related Posts