Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜିଠୁ ମାଟ୍ରିକ୍ ଖାତା ମୂଲ୍ୟାୟନ, ୬୦ଟି ସେଣ୍ଟରରେ ସ୍ବତନ୍ତ୍ର ବ୍ୟବସ୍ଥା

26/05/2020 at 7:33 AM

ଭୁବନେଶ୍ବର ୨୬।୫: ଆଜିଠାରୁ ମାଟ୍ରିକ୍ ଖାତାଦେଖା ଆରମ୍ଭ ହେବ । ୬୦ଟି ସେଣ୍ଟରରେ ହେବାକୁ ଥିବା ମୂଲ୍ୟାୟନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର ଉପରେ ଜୋର ଦିଆଯାଇଛି ।

ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହିଁ ମାଟ୍ରିକ୍ ଖାତା ମୂଲ୍ୟାୟନ ହେବ । ମୂଲ୍ୟାୟନ କେନ୍ଦ୍ରର ୧୦ କିଲୋମିଟର ଭିତରେ ଥିବା ଶିକ୍ଷକମାନେ ହିଁ ଖାତା ଦେଖିବେ । ଦୂରଦୂରାନ୍ତରୁ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ରକୁ ଯିବା ଆସିବାରେ ଅସୁବିଧା ଓ ମୂଲ୍ୟାୟନ କେନ୍ଦ୍ର ନିକଟରେ ଖାଇବା ପିଇବା ଓ ରହିବାର ବ୍ୟବସ୍ଥା ହେଇ ନପାରିବାରୁ ବୋର୍ଡ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି ।

ସେହିପରି ଗ୍ରୀଷ୍ମ ପ୍ରବାହ କାରଣରୁ ମୂଲ୍ୟାୟନ ଦିନ ୧୦ଟାରୁ ୩ଟା ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ପୂର୍ବରୁ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା । ଏହାପରେ ଲକ୍ ଡାଉନ୍ ହେବାରୁ ମୂଲ୍ୟାୟନ ସ୍ଥଗିତ ରହିଥିଲା ।

ସେହିପରି ମେ’ ୨୦ରେ ଖାତା ଦେଖା ପାଇଁ ସ୍ଥିର ହୋଇଥିଲା । ହେଲେ ବାତ୍ୟା ‘ଅମ୍ଫାନ୍’ ପାଇଁ ଏହାକୁ ମେ’ ୨୧କୁ ଘୁଞ୍ଚାଇ ଦିଆ ଯାଇଥିଲା । ତେବେ କିଛି ଅଞ୍ଚଳ ବାତ୍ୟା ପ୍ରଭାବିତ ହୋଇଥିବାରୁ, ଏହାକୁ ସ୍ଥଗିତ ରଖାଯାଇଥିଲା । ଶେଷରେ ମେ ୨୬ ତାରିଖରୁ ଖାତା ଦେଖା ପାଇଁ ସ୍ଥିର ହୋଇଛି । ୪୫ ଦିନ ଭିତରେ ଫଳାଫଳ ବାହାରିବ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

   Related Posts