୧୯ରୁ ମାଟ୍ରିକ୍ ଖାତା ମୂଲ୍ୟାୟନ, ଆଜିଠୁ କାର୍ଯ୍ୟରେ ଯୋଗଦେବେ ଶିକ୍ଷକ-ଶିକ୍ଷୟିତ୍ରୀ

Published By : Prameya-News7 Bureau | March 18, 2020 IST

ଭୁବନେଶ୍ବର ।୩: ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା । ତେଣୁ ଆଜି କାର୍ଯ୍ୟରେ ଯୋଗଦେବେ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଚଳିତ ବର୍ଷ ୬୧ ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ କରିବେ ୧୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ । ତେବେ କରୋନାକୁ ନେଇ ଯେଉଁଭଳି ସ୍ଥିତି ଉପୁଜୁଛି ସେଥିଲାଗି ଅନେକ ପ୍ରତିଷେଧମୂଳକ ପଦକ୍ଷେପ ନିଆଯିବ । ସରକାରଙ୍କ ଦ୍ବାରା ଜାରି କରାଯାଇଥଇବା ଗାଇଡଲାଇନକୁ ଶତ ପ୍ରତିଶତ କାର୍ଯ୍ୟକାରି କରାଯିବ ବୋଲି କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ।

୩ଟି ପର୍ଯ୍ୟାୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମୂଲ୍ୟାୟନ କେନ୍ଦ୍ରକୁ ଯିବେ । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ପ୍ରତ୍ୟେକ ଟେବୁଲ ମଧ୍ୟରେ ନିର୍ଦ୍ଧିଷ୍ଟ ଦୂରତା ରଖାଯିବ । ଏଥର ମୋଟ୍ ୨ ହଜାର ୮ ଶହ ୮୮ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୬୦ ହଜାର ୯୦୫ ଜଣ ପରୀକ୍ଷାର୍ଥୀ ।

ହାଇସ୍କୁଲ ସାର୍ଟିଫିକେଟ୍ ପାଇଁ ୫ ଲକ୍ଷ ୪୭ ହଜାର ୭୬୧ଜଣ ଛାତ୍ରଛାତ୍ରୀ, ମୁକ୍ତ ବିଦ୍ୟାଳୟରେ ୯ ହଜାର ୭ ଶହ ୭୧ ଜଣ ଏବଂ ମଧ୍ୟମା ପାଇଁ ୪୫ଟି ପରୀକ୍ଷା କେନ୍ଦ୍ରରେ ୩ ହଜାର ୩୭୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ତେବେ ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଉଥିବାରୁ ରେଜଲ୍ଟ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.