ଆଜିଠୁ ମାଟ୍ରିକ୍ ଖାତାଦେଖା, ୬୧ କେନ୍ଦ୍ରରେ ହେବ ମୂଲ୍ୟାୟନ

Published By : Prameya-News7 Bureau | March 19, 2020 IST

ଭୁବନେଶ୍ବର ।୩: ଆଜିଠୁ ଆରମ୍ଭ ହେବ ମାଟ୍ରିକ୍ ଖାତାଦେଖା । ରାଜ୍ୟର ୬୧ ମୂଲ୍ୟାୟନ କେନ୍ଦ୍ରରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ପହଞ୍ଚି ସାରିଛନ୍ତି । କରୋନାକୁ ନେଇ ମୂଲ୍ୟାୟନ କେନ୍ଦ୍ରରେ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ପ୍ରତ୍ୟେକ ଟେବୁଲ ମଧ୍ୟରେ ରହିବ ନିର୍ଦ୍ଦିଷ୍ଟ ଦୂରତା । ୩ଟି ପର୍ଯ୍ୟାୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ମୂଲ୍ୟାୟନ କେନ୍ଦ୍ରକୁ ଯିବେ ।

ସକାଳ ୮ଟା ୩୦, ୯ଟା ୩୦ ଓ ୧୦ଟା ୩୦ରୁ ଭିନ୍ନ ଭିନ୍ନ ସିଫ୍ଟରେ ପହଞ୍ଚିବେ ମୂଲ୍ୟାୟନକାରୀ । ଏଥର ଖାତା ଦେଖିବେ ୧୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ।

ଚଳିତ ବର୍ଷ ୨ ହଜାର ୮ ଶହ ୮୮ ପରୀକ୍ଷା କେନ୍ଦ୍ରରେ ମୋଟ୍ ୫ ଲକ୍ଷ ୬୦ ହଜାର ୯୦୫ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ତେବେ ନିର୍ଦ୍ଧାରିତ ସମୟରେ ଏବର୍ଷ ବି ରେଜଲ୍ଟ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.