Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ମାତ୍ର ୫ ଟଙ୍କା ପାଇଁ ବୃଦ୍ଧ ବ୍ୟକ୍ତିଙ୍କୁ ପିଟିପିଟି ମାରି ଦେଲେ…

26/02/2020 at 4:09 PM

ମୁମ୍ବାଇ୨୬/୨: ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ। ଲକ୍ଷ ଟଙ୍କା ନୁହେଁ କି, କୋଟି କୋଟି ଟଙ୍କା ନୁହେଁ  ମାତ୍ର ୫ ଟଙ୍କା ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ। ମୁମ୍ବାଇର ବୋରିବାଲି ଅଞ୍ଚଳରେ ଜଣେ ୬୮ ବର୍ଷ ବୟସ୍କ ବ୍ୟକ୍ତି ୫ ଟଙ୍କା ମାଗିବାରୁ ୫ ଜଣ ଦୁର୍ବୃତ୍ତ ମିଶି ତାଙ୍କୁ ହତ୍ୟା କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ମଙ୍ଗଳବାରରେ ୬୮ ବର୍ଷ ବୟସ୍କ ରାମଦୁଲାର ସରଜୁ ଯାଦବ ସିଏନଜି ଗ୍ୟାସ୍ ଷ୍ଟେସନରେ ଗ୍ୟାସ ଭର୍ତ୍ତି ପାଇଁ ଯାଇଥିଲେ। ଗ୍ୟାସ ଭର୍ତ୍ତି କରିବା ପରେ ରାମଦୁଲା ଦୋକାନୀଙ୍କୁ ଟଙ୍କା ଦେଇଥିଲେ। ଗ୍ୟାସର ଦାମ ଦେବା ପରେ ବଳକା ୫ ଟଙ୍କା ରାମଦୁଲା ମାଗିଥିଲେ। ଏହାପରେ ସିଏନଜି ଗ୍ୟାସ୍ ଷ୍ଟେସନ କର୍ମଚାରୀ ଓ ରାମଦୁଲାଙ୍କ ମଧ୍ୟ​‌ରେ ଯୁକ୍ତିତର୍କ ହୋଇଥିଲା। କିଛି ସମୟ ମଧ୍ୟରେ ଦୁଇଜଣ କଳି ଉଗ୍ରରୂପ ନେଇଥିଲା। ଦୋକାନରେ କାର୍ଯ୍ୟରତ ୫ ଜଣ କର୍ମଚାରୀ ମିଶି ବୃଦ୍ଧ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଥିଲେ।

ଏହି ଘଟଣାରେ ମୃତକଙ୍କ ସଂପର୍କୀୟ ଓ ସ୍ଥାନୀୟ ଲୋକେ ପୋଲିସ୍‌ରେ ଅଭିଯୋଗ କରିଥିଲେ। ପୋଲିସ୍ ଘଟଣାରେ ସ୍ଥଳରେ ପହଞ୍ଚି ପାଞ୍ଚଜଣ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି। ଭାରତୀୟ ଦଣ୍ଡ ବିଧାନ ଆଧାରରେ ଦୋଷୀଙ୍କ ବିରୋଧରେ ପୋଲିସ୍ ମାମଲା ରୁଜୁ କରିଛି ।

   Related Posts