ସାଲେପୁରଠାରେ ‘ମାଟିମଠ’ ପୁସ୍ତକର ଲୋକାର୍ପଣ
30/10/2018 at 11:31 AM

କଟକ ୩୦/୧୦: ଆଜି ସାଲେପୁର ଠାରେ ବିଶିଷ୍ଟ ଗାଳ୍ପିକ କାଳିନ୍ଦୀ ଚରଣ ଜେନାଙ୍କ ରଚିତ ପୁସ୍ତକ ‘ମାଟିମଠ’ର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଅଧ୍ୟାପକ ଡ଼ଃ ବିଜୟାନନ୍ଦ ସିଂହ ଯୋଗଦେଇ ଉନ୍ମୋଚନ କରିଥିଲେ । ପ୍ରକାଶକ ଚନ୍ଦ୍ରମଣି ଭୂୟାଁଙ୍କ ପ୍ରକାଶନରେ ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ଡ଼ଃ ଗିରିଶ ସାହୁ ଅଧ୍ୟକ୍ଷତା କରିଥିବାବେଳେ ଅତିଥିଭାବେ ସାମ୍ବାଦିକ ପ୍ରଫୁଲ୍ଲ ମିଶ୍ର ଯୋଗଦେଇ ବକ୍ତବ୍ୟ ରଖିବାବେଳେ ଅଧ୍ୟାପକ ନିଖିଳେଶ ମହାନ୍ତି ପୁସ୍ତକର ସମୀକ୍ଷା କରିଥିଲେ । ଏହି ଉତ୍ସବରେ ସାଲେପୁର ଅଞ୍ଚଳର ବହୁ ସାହିତ୍ୟିକ , ସ୍ତମ୍ଭକାର, କବି ଯୋଗଦେଇଥିଲେ ।
Related Posts
ମୋରମ ଚାଲାଣକୁ ବିରୋଧ କରିବାରୁ ଗ୍ରାମବାସୀଙ୍କୁ ମାଡ଼ ଅଭିଯୋଗ
15 April 2021
ଆସନ୍ତାକାଲି ଠାରୁ ବନ୍ଦ ରହିବ କୋଣାର୍କ ମନ୍ଦିର
15 April 2021
ପାଣି ପାଇପ ଚୋରି ଅଭିଯୋଗରେ ୩ ଗିରଫ
15 April 2021