Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ବାଲି ମାଫିଆଙ୍କ ପାଇଁ ବିପଦରେ ମଥୁରାପୁର ସେତୁ : ମାତ୍ର ୬ବର୍ଷରେ ଦବି ଗଲାଣି ସ୍ପାନ୍

21/02/2020 at 5:05 PM

ଯାଜପୁର ୨୧/୨: ବାଲି ମାଫିଆଙ୍କ ପାଇଁ ଯାଜପୁର କୋରେଇ ବ୍ଲକରୁ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରୁଥିବା ମଥୁରାପୁର ସେତୁ ଏବେ ବିପଦରେ । ପ୍ରତିଦିନ ଶହ ଶହ ସଂଖ୍ୟାରେ ବାଲି ବୋଝେଇ ଗାଡ଼ି ଯିବା ଆସିବା କରୁଥିବାରୁ ବ୍ରିଜର ୮ନମ୍ବର ସ୍ପାନ୍‌ଟି ଏବେ ଦବିବାକୁ ଲାଗିଛି । ପୁଣି ବ୍ରିଜ୍‌ ତଳୁ ମନଇଚ୍ଛା ବାଲି ଖୋଳି ନେଉଛନ୍ତି ବାଲିମାଫିଆ । ଯାହା ବ୍ରିଜ୍‌ ପିଲାରକୁ ଦୁର୍ବଳ କରିବାରେ ଲାଗିଛି । ଏମିତିରେ ଆଗାମୀ ଦିନରେ ଗୋଟେ ବଡ଼ ଅଘଟଣର ଆଶଙ୍କା କରୁଛନ୍ତି ସ୍ଥାନୀୟ ଲୋକେ । ବାରମ୍ବାର ଅଭିଯୋଗ ପରେ ବି ସ୍ଥାନୀୟ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉନଥିବାରୁ ଲୋକଙ୍କ  ଅସନ୍ତୋଷ ବି ବଢ଼ିବାରେ ଲାଗିଛି ।

ବାଲି ମାଫିଆଙ୍କ ପାଇଁ ବିପଦରେ ମଥୁରାପୁର ସେତୁ । ମାତ୍ର ୬ବର୍ଷରେ ଦବି ଗଲାଣି ସ୍ପାନ୍‌ । ଫଳରେ ବ୍ରିଜ୍‌ ଉପରେ ପ୍ରତିଦିନଘଟୁଛି ଛୋଟ ବଡ଼ ଦୁର୍ଘଟଣା । କେତେବେଳେ ଯେ ପୋଲ ଭୁଶୁଡ଼ିବ ତାକୁ ନେଇ ଆଶଙ୍କାରେ ସ୍ଥାନୀୟ ଲୋକେ । ଯାଜପୁର କୋରେଇ ବ୍ଲକରୁ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରୁଥିବା ଇଏ ହେଉଛି ମଥୁରାପୁର ସେତୁର ବେହାଲ୍‌ ଚିତ୍ର । ସେତୁର ଏଭଳି ସ୍ଥିତି ପାଇଁ ସ୍ଥାନୀୟ ଲୋକେ ବାଲି ମାଫିଆଙ୍କୁ ଦାୟି କରୁଛନ୍ତି । ପ୍ରତିଦିନ ଶହ ଶହ  ସଂଖ୍ୟାରେ ବାଲି ବୋଝେଇ ଭାରିଯାନ ଚଳାଚଳ ଏବଂ ବ୍ରିଜ୍‌ ତଳୁ ମନଇଚ୍ଛା ବାଲିଖୋଳା ପାଇଁ ବ୍ରିଜର ଏଭଳି ଅବସ୍ଥା ହୋଇଥିବା କହୁଛନ୍ତି ।

କେବଳ ମଥୁରାପୁର ସେତୁ କାହିଁକି, ବ୍ୟାପକ ପରିମାଣରେ ବାଲି ଚାଲାଣ କରୁଥିବା ଭାରି ଯାନଗୁଡ଼ିକ ଚଳାଚଳ ଯୋଗୁଁ କୋରେଇ ଅଂଚଳରେ ଗାଁ ରାସ୍ତାଗୁଡ଼ିକ ମଧ୍ୟ ନଷ୍ଟ ହୋଇଗଲାଣି । ଲୋକେ ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ମଧ୍ୟ ଫଳ ଶୂନ୍‌ ।

ବାଲି ମାଫିଆଙ୍କୁ ସୁଯୋଗ ଦେଉଥିବା ଜିଲ୍ଲା ପ୍ରଶାସନ ସ୍ଥାନୀୟ ଲୋକଙ୍କ ସମସ୍ୟା ତଥା ମଥୁରାପୁର ସେତୁର ସ୍ଥାୟିତ୍ବ ପ୍ରତି ସମ୍ପୂର୍ଣ୍ଣ ନଜର ଅନ୍ଦାଜ କରିଆସୁଛି । ଲାଗୁଛି ପୋଲ ଭୁଶୁଡ଼ିବାକୁ ଯେମିତି ଅପେକ୍ଷା କରି ବସିଛି ପ୍ରଶାସନ ।

   Related Posts