Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଅବୈଧ ସମ୍ପର୍କରେ ବାଧା ଦେଉଥିଲେ ପତ୍ନୀ, ଷଡଯନ୍ତ୍ର କରି ରାସ୍ତାରୁ ହଟାଇଦେଲା ସ୍ବାମୀ

29/11/2020 at 8:41 PM

ଲକ୍ଷ୍ମୌ ୨୯/୧୧ : ଉତ୍ତରପ୍ରଦେଶର ମଥୁରାରେ ୧୬ ଦିନ ପୂର୍ବେ ହୋଇଥିବା ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ । ମହିଳାଙ୍କ ହତ୍ୟା ମାମଲାରେ ଖୋଦ ତାଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ହତ୍ୟାରେ ବ୍ୟବହୃତ ଛୁରୀ ଏବଂ ରଶିକୁ ମଧ୍ୟ ଜବତ କରିଛି ପୋଲିସ । କୋଟିଏ ଟଙ୍କା ସମ୍ପତ୍ତି ହଡପ କରିବା ପାଇଁ ପତି ହିଁ ପତ୍ନୀକୁ ହତ୍ୟା କରିଥିଲା ।

ପୋଲିସ କହିବା ମୁତାବକ ସମ୍ପତ୍ତି ପାଇଁ ଏବଂ ପରକୀୟା ପ୍ରୀତିରୁ ହିଁ ଘଟଣାର ସୂତ୍ରପାତ ହୋଇଛି । ପୋଲିସ ଅଧିକାରୀ ଉଦୟ ଶଙ୍କର ସିଂହ କହିଛନ୍ତି ଅଭିଯୁକ୍ତ ଚରଣ ସିଂହ ସଦର ଥାନା ଔରଙ୍ଗାବାଦର ଶକ୍ତିଧାମ କଲୋନୀରେ ନିଜ ପତ୍ନୀ ମାୟାବତୀଙ୍କ ସହ ରହୁଥିଲା । ତେବେ ପୋଲିସ କହିଛି ମାୟାବତୀ ନଭେମ୍ବର ୧୨ରେ ଘର ପାଇଁ ଜିନିଷପତ୍ର ଆଣିବା ପାଇଁ ବଜାରକୁ ଯାଇଥିଲେ ଏବଂ ଅଚାନକ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ତେବେ ନଭେମ୍ବର ୧୮ ତାରିଖରେ ମାୟାବତୀଙ୍କ ଶବ ଏଟିବି ନଗର ନିକଟରୁ ଜବତ କରାଯାଇଥିଲା । ମଥୁରା ପୋଲିସ ଛାନଭିନରୁ ଜାଣିବାକୁ ପାଇଥିଲା ଯେ ସ୍ବାମୀ ଚରଣ ସିଂହ ହିଁ ନିଜ ପତ୍ନୀଙ୍କୁ ରଶି ଲଗାଇ ହତ୍ୟା କରିଥିଲା ଏବଂ ଶବକୁ ଫିଙ୍ଗି ଦେଇଥିଲା ।

ପୋଲିସ ଏହି ମାମଲାରେ ଅଭିଯୁକ୍ତ ସ୍ବାମୀ ଚରଣ ସିଂହକୁ ଗିରଫ କରିଛି । ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଛି ଯେ, ସ୍ବାମୀ ଚରଣ ସିଂହଙ୍କର ଅନ୍ୟ ଜଣେ ମହିଳାଙ୍କ ସହିତ ମଧ୍ୟ ଅବୈଧ ସମ୍ପର୍କ ଥିଲା । ତେବେ ଏଥି ପାଇଁ ଅଭିଯୁକ୍ତଜଣକ ନିଜ ପତ୍ନୀ ମାୟାବତୀଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲା । ତେବେ ଧରା ପଡିବା ପରେ ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାରଣ କରିଥିଲା ପୋଲିସ ଏବଂ ପରେ ରିମାଣ୍ଡରେ ଆଣି ଅଧିକ ତଦନ୍ତ ଜାରି ରଖିଛି ମଥୁରା ପୋଲିସ ।

   Related Posts