ସ୍କୁଲ ଓ ଗଣଶିକ୍ଷା ବିଭାଗର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ଏଣିକି ୪୫ ମିନିଟ୍ ବଦଳରେ ଦେଢ ଘଣ୍ଟା ହେବ ଗଣିତ, ବିଜ୍ଞାନ ଓ ଇଂରାଜୀ କ୍ଲାସ, ପ୍ରଥମ ଶ୍ରେଣୀ ପାଠ୍ୟକ୍ରମରେ ଇଂରାଜୀ ସାମିଲ ହେବ

Published By : Prameya-News7 Bureau | August 13, 2019 IST

ଭୁବନେଶ୍ବର୧୩|୮: ସ୍କୁଲ ଓ ଗଣଶିକ୍ଷା ବିଭାଗର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି  । ଏଣିକି ୪୫ ମିନିଟ୍ ବଦଳରେ ଦେଢ ଘଣ୍ଟା ହେବ ଗଣିତ, ବିଜ୍ଞାନ ଓ ଇଂରାଜୀ କ୍ଲାସ । ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ । ଏହା ସହ ପ୍ରଥମ ଶ୍ରେଣୀ ପାଠ୍ୟକ୍ରମରେ ଇଂରାଜୀ ସାମିଲ ହେବ ।  ଚଳିତ ବର୍ଷରୁ ପ୍ରତି ଜିଲ୍ଲାର ଗୋଟିଏ ସ୍କୁଲରୁ ଏହି ନିୟମ ଲାଗୁ ହେବ ।

{"id":144018}

ଏଥର ପିରିୟଡ଼ ହେବ ଦେଢ଼ ଘଣ୍ଟା । ୪୫ ମିନିଟ୍‌ ଯଥେଷ୍ଟ ହେଉନି।  ଇଂରାଜୀ, ଗଣିତ, ବିଜ୍ଞାନରେ ପଛେଇ ଯାଉଛନ୍ତି ପିଲାଏ। ସେଥିପାଇଁ ଏସବୁ ସବ୍‌ଜେକ୍ଟରେ ଦୁଇଗୁଣା ସମୟ ପଢିବେ ଓଡ଼ିଆ ମିଡିୟମ ପିଲା । ଖାଲି ସେତିକି ନୁହେଁ ପ୍ରଥମ ଶ୍ରେଣୀରୁ କୋର୍ସରେ ରହିବ ଇଂରାଜୀ ପାଠ । ଶିକ୍ଷାରେ ସଂସ୍କାର ଲାଗି ଏମିତି କିଛି ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।  ଏଣିକି ପ୍ରତିଦିନ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଇଂରାଜୀ, ଗଣିତ ଓ ବିଜ୍ଞାନ ଲାଗି ଦୈନିକ ଦେଢ ଘଣ୍ଟା ଲେଖାଏଁ ପିରିୟଡ ରହିବ। ଚଳିତ ଶିକ୍ଷା ବର୍ଷରୁ ପ୍ରତି ଜିଲ୍ଲାରେ ଗୋଟିଏ ବିଦ୍ୟାଳୟରେ ପାଇଲଟ ପ୍ରୋଜେକ୍ଟ ଭାବେ ଏହାକୁ କାର୍ଯ୍ୟକାରୀ କରାଯିବ । ନୂଆ ନିୟମରେ ଯଦି ସଫଳତା ହାର ବଢିଲା, ସମସ୍ତ ସ୍କୁଲରେ ଏହାକୁ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।….

{"id":144019}

ଗତ ମାଟ୍ରିକ ପରୀକ୍ଷାରେ ଏହି ୩ ବିଷୟରେ ନୈରାଶ୍ୟଜନକ ଫଳାଫଳ ଆସିଥିଲା । ଏହି ସମସ୍ୟାର ସାମାଧାନ ଲାଗି ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଅନ୍ୟପକ୍ଷରେ, ଇଂରାଜୀ ପାଠକୁ ପ୍ରଥମ ପଢ଼ାଯିବା ଦ୍ବାରା ପିଲାମାନେ ଏହି ବିଷୟରେ ଉନ୍ନତି କରିପାରିବେ । ଏଭଳି ନିଷ୍ପତ୍ତିକୁ ନେଇ ଶିକ୍ଷାବିତ୍ ଓ ଅଭିଭାବକ ମହଲରୁ ସକରାତ୍ମକ ପ୍ରତିକ୍ରିୟା ଆସିଛି ।

{"id":144020}

ଫୋକସରେ ରହିବ ଇଂରାଜୀ, ଗଣିତ ଓ ବିଜ୍ଞାନ । ତେବେ ଦେଢ ଘଣ୍ଟାର ଅବଧିକୁ ଗୋଟିଏ ପିରିୟଡ ଭାବେ ନିଆଯିବ କି ୨ ଭାଗରେ ବିଭକ୍ତ କରାଯିବ ତାହା ସ୍ପଷ୍ଟ ହୋଇନି । ତା ଛଡ଼ା ପ୍ରତିଦିନ ଯଦି ଏହି ତିନି ସବ୍‌ଜେକ୍ଟ ସାଢ଼େ ୪ ଘଣ୍ଟା ନିଅନ୍ତି ବାକି ସବଜେକ୍ଟ ପାଠପଢ଼ାକୁ କେତେ ସମୟ ରହିବ ତାକୁ ନେଇ କିଛି ସ୍ପଷ୍ଟ ମତ ରଖାଯାଇନାହିଁ। ତେବେ ପାସ୍ ହାର ବୃଦ୍ଧି ଲାଗି ଅଧିକ ସଂସ୍କାର ମୂଳକ ପଦକ୍ଷେପ ନିଆଯିବ ବୋଲି ବିଭାଗ ସୂଚନା ଦେଇଛି ।

{"id":144021}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.