ନଦୀ ମଝିରେ ଫସିଗଲେ ମଠ ମହନ୍ତ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

Published By : Prameya-News7 Bureau | September 02, 2020 IST

କୋଣାର୍କ ୨।୯: କୁଶଭଦ୍ରା ନଦୀ ମଝିରେ ଥିବା ବାହାଣିଆ ମଠ ମହନ୍ତ ପାଣିରେ ଫସିଗଲେ । ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ଵାରା ଉଦ୍ଧାର ହେଲେ ।

{"id":324014,"sizeSlug":"large"}

ବୁଧବାର ମଧ୍ୟାହ୍ନରେ ଗୋପ-ନିମାପଡ଼ା ରାସ୍ତାର କୁଶୁପୁରଠାରେ କୁଶଭଦ୍ରା ନଦୀ ଭିତରେ ରହିଥିବା ବାହାଣିଆ ମଠ ବାବାଙ୍କୁ ଉଦ୍ଧାର କରାଯାଇଛି । ନଦୀରେ ବନ୍ୟା ପାଣି ଆସିବା ପରେ ବାବା ଆଉ ଆସିପାରି ନ ଥିଲେ । ଦୀର୍ଘ ୪ ଦିନ ଧରି ବାବା ପାଣିରେ ରହିବା ସହ ବାବା ପାଟି କରିବାରୁ ଘଟଣା ଜଣାପଡ଼ିଥିଲା । ପରେ ଗୋପ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମଠ ମହନ୍ତଙ୍କୁ ଉଦ୍ଧାର କରିଛନ୍ତି । ଫସିଥିବା ମହନ୍ତଙ୍କୁ ଉଦ୍ଧାର କରିବା ସହ ଆସବାବପତ୍ର ମଧ୍ୟ ଅଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.