Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଜନନୀ ଯନ୍ତ୍ରଣାର ତଦନ୍ତ ନିର୍ଦ୍ଦେଶ ଘଟଣା : ରାସ୍ତା ନଥିବାରୁ ଗାଁକୁ ଚାଲି ଚାଲି ଗଲେ ତଦନ୍ତକାରୀ ଟିମ୍

19/07/2021 at 12:46 PM

ପାଟଣା୧୯/୭ : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଡୁମୁରିଆ ପଞ୍ଚାୟତର ବଣ ମହୁଲଡିହା ଗ୍ରାମର ଦଲକୀ ସାହିରେ ଜନନୀ ଯନ୍ତ୍ରଣା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଅଶୋକ ଦାସ ଘଟଣା ତଦନ୍ତ କରିବାକୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ଃ ଶୁଭେନ୍ଦୁ ସାଗର କୁମାର ନାଏକଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ନିର୍ଦ୍ଦେଶ ପରେ ଡ଼ଃ ଶ୍ରୀ ନାଏକ ଏବଂ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସରୋଜିନୀ ସେଠୀ ଉକ୍ତ ସାହିକୁ ତଦନ୍ତ ପାଇଁ ଯାଇଥିଲେ । ତେବେ ସାହିକୁ ରାସ୍ତା ନଥିବାରୁ ମେଡ଼ିକାଲ ଟିମ୍ ଗାଡି ଯାଇ ପାରିନଥିଲା । ଫଳରେ ଉଭୟ ଚାଲି ଚାଲି ଯାଇ ଘଟଣାର ତଦନ୍ତ କରି ଫେରିଥିଲେ । ସାହିକୁ ୪ ଚକିଆ ଗାଡି ଯାଇ ପାରୁନଥିବାରୁ ଏଭଳି ଘଟଣା ଘଟିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ରିପୋର୍ଟରେ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଶନିବାର ଉକ୍ତ ସାହିର ସୌମେନ୍ଦ୍ର ମାଝୀଙ୍କ ପତ୍ନୀ ପାର୍ବତୀ ମାଝୀଙ୍କର ପ୍ରସବ ବେଦନା ହେବାରୁ ପରିବାର ଓ ସ୍ଥାନୀୟ ଆଶା କର୍ମୀ ମଞ୍ଜୁଲତା ସେଠୀ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଉକ୍ତ ସାହିକୁ ରାସ୍ତା ନଥିବା ଆମ୍ବୁଲାନ୍ସ ଯାଇ ପାରିନଥିଲା । ଫଳରେ ଆଶାକର୍ମୀ ମଞ୍ଜୁଲତା ସେଠୀ ଓ ଆମ୍ବୁଲାନ୍ସ ଡ୍ରାଇଭର ୪ କିଲୋମିଟର ପାଦରେ ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ ।

ପ୍ରଥମେ ପାଟଣା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ । ସୂଚନା ଥାଉକି, ଉକ୍ତ ସାହିକୁ ରାସ୍ତା ନଥିବାରୁ ବିଲ ଉପରେ ବନ ବିଭାଗ କଲଭର୍ଟ ତିଆରି କରିଥିଲା । ଦୁଇବର୍ଷ ପୂର୍ବରୁ ଉକ୍ତ କଲଭର୍ଟଟି ଭାଙ୍ଗି ଯାଇଥିଲା । ଏବେ ବନ ବିଭାଗ ଉକ୍ତ କଲଭର୍ଟ ନିର୍ମାଣ କରୁନଥିବାରୁ ଏପରି ସମସ୍ୟା ହୋଇଥିବା ଦଲକୀ ସାହି ବାସୀ ଅଭିଯୋଗ କରିଛନ୍ତି ।

   Related Posts