ପୁଣି ଜନନୀ ଯନ୍ତ୍ରଣା: ଆସିପାରିଲାନି ଆମ୍ୱୁଲାନ୍ସ, ଦୁଇ କିଲୋମିଟର ଚାଲି ଚାଲି ଗଲେ ପ୍ରସୂତୀ

Published By : Prameya-News7 Bureau | July 16, 2021 IST

ତେଲକୋଇ୧୬/୦୭: ତେଲକୋଇରେ ପୁଣି ଜନନୀ ଯନ୍ତ୍ରଣା । ସାହିକୁ ଆମ୍ବୁଲାନ୍ସ ନଆସିବାରୁ ପ୍ରସବ ପରେ ମେଡିକାଲ ଆସିବା ପାଇଁ ନଵଜାତକ ସହ ଦୁଇ କିଲୋମିଟର ଚାଲିଲେ ପ୍ରସୂତୀ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ତାଳପଦା ପଞ୍ଚାୟତ ପଙ୍ଗା ଗାଁ ମୁଣ୍ଡା ସାହିରେ । ଗୁରୁବାର ଅପରାହ୍ନରେ ପଙ୍ଗା ଗାଁ ମୁଣ୍ଡା ସାହିର ମନୋଜ ମୁଣ୍ଡାଙ୍କ ସ୍ତ୍ରୀ ଇନ୍ଦିରା ମୁଣ୍ଡା ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ ।

wp:gallery {"ids":[481334],"linkTo":"none"} /wp:gallery

ଇନ୍ଦିରା ମୁଣ୍ଡାଙ୍କୁ ମେଡିକାଲ ନେବାପାଇଁ ଗାଁ ର ଆଶା ଦିଦି ୧୦୮ ଆମ୍ବୁଲାନ୍ସ କୁ ଫୋନ କରିଥିଲେ । ତେବେ ତେଲକୋଇରେ ଆମ୍ବୁଲାନ୍ସ ଉପଲବ୍ଧ ନଥିବାରୁ ପାଲ୍ଲଲହଡା ଉପଖଣ୍ଡ ଜମରଡିହରୁ ଆମ୍ବୁଲାନ୍ସ ଆସିଥିଲା । ପଙ୍ଗା ଗାଁର ଗର୍ଭବତୀ ମହିଳା ଇନ୍ଦିରାଙ୍କୁ ମେଡିକାଲ ଆଣିବା ପାଇଁ ସନ୍ଧ୍ୟା ୫ ଟା ବେଳେ ପଙ୍ଗା ଗାଁରେ ଆମ୍ବୁଲାନ୍ସ ଡେରିରେ ପହଞ୍ଚିଥିଲା । ସେତେବେଳକୁ ଇନ୍ଦିରା ମୁଣ୍ଡା ଗାଁ ମହିଳାଙ୍କ ସହାୟତା ରେ ଅସୁରକ୍ଷିତ ଅବସ୍ଥାରେ ଏକ ଶିଶୁକନ୍ୟା କୁ ଜନ୍ମ ଦେଇ ସାରିଥିଲେ ।

wp:gallery {"ids":[481335],"linkTo":"none"} /wp:gallery

ମା ଓ ଶିଶୁ କୁ ଆଶାଦିଦି ଅଧିକ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ମେଡିକାଲ ଆଣିଥିଲେ । ତେବେ ମୁଣ୍ଡା ସାହିକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇ ପାରିନଥିଲା । ପ୍ରସୂତୀ ମହିଳା ଆମ୍ବୁଲାନ୍ସ ପାଖକୁ ଆସିବା ପାଇଁ ତାଙ୍କୁ ୨ କିଲୋମିଟର ରାସ୍ତା ଚାଲିବାକୁ ପଡିଥିଲା । ତେଲକୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳାଙ୍କ ପାଇଁ ମା ଗୃହର ସୁବିଧା ରହିଛି । ପ୍ରସବ ସମୟ ଆଗରୁ ସେମାନଙ୍କୁ ସୁରକ୍ଷିତ ମାତୃତ୍ବ ଦେବାପାଇଁ ମା ଗୃହରେ ରଖିବାର ବ୍ୟବସ୍ଥା ମଧ୍ୟ ଅଛି । ତେବେ କାହିଁକି ସେମାନଙ୍କୁ ସେ ସୁବିଧାରୁ ବଞ୍ଚିତ କରାଯାଉଛି ତା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.