Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ଆଜି ଦିଲ୍ଲୀ ଅରୁଣ ଜେଟଲି ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ

3/11/2019 at 8:21 AM

ନୂଆଦିଲ୍ଲୀ ୩/୧୧: ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ  ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଜିବ । ଭାରତୀୟ ସମୟ ସନ୍ଧ୍ୟା  ୭ଟାରେ  ଏହି ମ୍ୟାଚ  ଖେଳାଯିବ  । ତେବେ  ଆଜିର ମ୍ୟାଚରେ ଖେଳିବେନି ଟିମ୍  ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ କୋହଲି । ତାଙ୍କୁ  ବିଶ୍ରାମ ଦିଆଯାଇଛି । ତାଙ୍କ ବଦଳରେ ରୋହିତ ଶର୍ମା ହିଁ ଯୁବ ଟିମ୍  ଇଣ୍ଡିଆର ନେତୃତ୍ୱ ନେବେ।

ପୂର୍ବ ରେକର୍ଡ ଅନୁସାରେ ଟି-୨୦ ମ୍ୟାଚରେ  ବାଂଲାଦେଶ କେବେ ହେଲେ ଭାରତକୁ ହରାଇ ପାରିନାହିଁ। ତେଣୁ ଭାରତ ଏହି ଧାରାକୁ ବଜାୟ ରଖିବାକୁ ଚେଷ୍ଟା କରିବ।  କିନ୍ତୁ ଦଳର କୌଣସି ଷ୍ଟାର ଦ୍ରୁତ ବୋଲର ନାହାନ୍ତି। ଖଲୀଲ ଅହମ୍ମଦ, ଦୀପକ ଚହର ଓ ଶାର୍ଦ୍ଦୁଲ ଠାକରୁ ହିଁ ପେସ୍  ବାହିନୀର ନେତୃତ୍ୱ ନେବେ। ସେହିପରି ସ୍ପିନ ବାହିନୀରେ   ଚହଲ, ରାହୁଲ ଚହର ଓ ୱାଶିଂଟନ ସୁନ୍ଦର ରହିଛନ୍ତି।  ଅଲରାଉଣ୍ଡର ଭାବେ କୃନାଲ ପାଣ୍ଡ୍ୟା ଓ ନୂଆ ମୁହଁ ଶୁଭମ ଦୁବେ ରହିଛନ୍ତି।  ଆଜି  ଶୁଭମ ଦୁବେ ତାଙ୍କ ଅନ୍ତର୍ଜାତୀୟ ଡେବ୍ୟୁ କରିପାରନ୍ତି।

  ସେପଟେ  ବ୍ୟାଟିଂ ବିଭାଗରେ ଖୋଦ୍  ରୋହିତ ଶର୍ମା ରହିଛନ୍ତି। ତାଙ୍କୁ ସହଯୋଗ କରିବାକୁ ଶିଖର ଧୱନ, କେଏଲ ରାହୁଲ, ମନୀଷ ପାଣ୍ଡେ, ଶ୍ରେୟସ ଆୟର ଅଛନ୍ତି। ସେପଟେ ଦିଲ୍ଲୀରେ  ପ୍ରଦୂଷଣ ଯୋଗୁ ବାଂଲାଦେଶ ଖେଳାଳିମାନେ ମୁହଁ ମାସ୍କ ଲଗାଇ ଅଭ୍ୟାସ କରିଛନ୍ତି। ବାଂଲାଦେଶ ତା’ର ନିୟମିତ ଅଧିନାୟକ ସାକିବ ଅଲ ହାସନଙ୍କ ବିନା ପଡ଼ିଆକୁ ଓହ୍ଲାଇବ। ବାଂଲାଦେଶର ମୁଖ୍ୟ ସ୍କ୍ୱାଡ୍ ରେ ସାକିବ ଥିଲେ ହେଁ ଶେଷ ମୁହୂର୍ତ୍ତରେ ତାଙ୍କୁ ଆଇସିସି ଦୁଇ ବର୍ଷ ପାଇଁ ବ୍ୟାନ୍  କରିବାରୁ ମହମଦୁଲ୍ଲା କ୍ୟାପ୍ଟେନ ହୋଇଛନ୍ତି। ସେହିପରି ଦଳର ଅନ୍ୟତମ ଷ୍ଟାର ବ୍ୟାଟସମ୍ୟାନ୍  ତାମିମ ଇକବାଲ ମଧ୍ୟ ଭାରତ ଗସ୍ତରୁ ଓହରି ଯାଇଛନ୍ତି। ତେଣୁ ବାଂଲାଦେଶ ପାଇଁ ୮୦ଟି ଟି-୨୦ ଖେଳିଥିବା ମହମଦୁଲ୍ଲାଙ୍କ ନେତୃତ୍ୱରେ ଦଳ କେମିତି ପ୍ରଦର୍ଶନ କରୁଛି, ତା’ ଉପରେ ସମସ୍ତଙ୍କ ନଜର।

୩୩ ବର୍ଷୀୟ ମହମଦୁଲ୍ଲା ଉଭୟ ବ୍ୟାଟିଂ ଓ ବୋଲିଂ କରିପାରିବେ। ତାଙ୍କ ବ୍ୟତୀତ ଲିଟନ ଦାସ, ସୌମ୍ୟ ସରକାର, ମୁଶଫିକର ରହିମ, ମୁସ୍ତାଫିଜୁର ରେହମାନ ଓ ଅଲ ଅମୀନ ହାସନଙ୍କ ଭଳି ଖେଳାଳି ରହିଛନ୍ତି।   ତେବେ ଦିଲ୍ଲୀରେ ସାଂଘାତି  ପ୍ରଦୂଷଣ  ପାଇଁ   ମ୍ୟାଚ୍ ଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମଧ୍ୟ ଦାବି ହୋଇଥିଲା। ତେବେ ବିସିସିଆଇ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଏଠାରେ ହିଁ  ମ୍ୟାଚ୍  ଆୟୋଜନ କରିବ।   ସନ୍ଧ୍ୟା ବେଳେ ମ୍ୟାଚ୍  ଥିବାରୁ ଖେଳାଳିଙ୍କ ଉପରେ ପ୍ରଦୂଷଣର ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଉଛି।

   Related Posts