ହାମିଲଟନ ୦୯।୦୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲୁଥିବା ଦିନିକିଆ ସିରିଜରେ ଭାରତର ବୋଲିଂ ଓ ଫିଲ୍ଡିଂ ଖୁବ୍ ଚର୍ଚ୍ଚାକୁ ଆସିଛି । ସିରିଜର ୨ଟି ମ୍ୟାଚ୍ରେ ଭାରତର ଫିଲ୍ଡିଂ ଖରାପ ରହିଥିଲା । ଯାହାକୁ ନେଇ ଭାରତୀୟ ପ୍ରଶଂସକମାନ ଖୁବ୍ ନିରାଶ ହୋଇଛନ୍ତି ।
ପ୍ରଥମ ମ୍ୟାଚ୍ରେ ରସ୍ ଟେଲର୍ ୧୦ରନ୍ କରିଥିବା ବେଳେ କୁଳଦୀପ ଯାଦବ ଏକ କ୍ୟାଚ୍ ଛାଡିଥିଲେ, ପରେ ରସ୍ ଟେଲର ୧୦୭ରନ୍ର ଅପରାଜିତ ପାରି ଖେଳିଥିଲେ । ସେହପରି ୨ୟ ଦିନିକିଆରେ ୧୪ତମ ଓଭରରେ ୟୁଜବେନ୍ଦ୍ର ଚହଲ ଏକ କ୍ୟାଚ୍ ଖସାଇଥିଲେ । ତେବେ ଭାରତୀୟ ଦଳର ଏହପରି ଭାବରେ ଖରାପ ଫିଲ୍ଡିଂ ଯୋଗୁଁ ସମାଲୋଚନା କରିଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ।
ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ମ୍ୟାଚ୍ ଖେଳାଯାଉଥିବା ସମୟରେ ୧୪ତମ ଓଭରରେ ହେନେରି ନିକୋଲାସଙ୍କ ଏକ କ୍ୟାଚ୍କୁ ଡ୍ରପ କରିଦେଇଥିଲା ୟୁଜବେନ୍ଦ୍ର ଚହଲ । କ୍ୟାଚ୍ ଡ୍ରପ୍ ସମୟରେ ସୁନୀଲ ଗାଭାସ୍କର କେମଣ୍ଟାରି କରୁଥିଲେ । ଡ୍ରପ ହୋଇଥିବା କ୍ୟାଚ୍ଟି ଆପଣଙ୍କୁ ନେବା ଉଚିତ୍ । ଆପଣ ଏପରି ଜଣେ ବ୍ୟାଟସମ୍ୟାନ୍ଙ୍କ କ୍ୟାଚ୍ ଡ୍ରପ କରିପାରିବେନି । କାରଣ ଏଭଳି ବ୍ୟାଟସମ୍ୟାନଙ୍କ କ୍ୟାଚ୍ ଡ୍ରପ କଲେ ଟିମ୍ ପାଇଁ ହାନିକାରକ ହେବ ବୋଲି କହିଥିଲେ ଗାଭାସ୍କର । କିନ୍ତୁ ସୌଭାଗ୍ୟର କଥା ଚହଲଙ୍କ ଓଭରରେ ନିକୋଲାସ ୪୧ରନ କରି ଆଉଟ ହୋଇଯାଇଥିଲେ ।