‘ମ୍ୟାଚ୍ ଫିକ୍ସରଙ୍କୁ ଫାଶୀ ଦିଆଯାଉ’, ପାକ୍ କ୍ରିକେଟରଙ୍କୁ ଏମିତି କହିଲେ ପୂର୍ବତନ ଅଧିନାୟକ

Published By : Prameya-News7 Bureau | April 04, 2020 IST

ଲାହୋର, ୦୪|୦୪: ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ବ୍ୟାଟସମ୍ୟାନ ଜାଭେଦ ମିଆଁଦାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଯଦି କ୍ରିକେଟରେ କେହି ଦୁର୍ନୀତିରେ ସଂପୃକ୍ତ ରୁହନ୍ତି ତାଙ୍କୁ ଫାଶୀରେ ଝୁଲାଇ ଦେବା ଆବଶ୍ୟକ । ଖେଳରେ ଫିକ୍ସିଂର ସ୍ଥାନ ନାହିଁ ବୋଲି ସେ କହିଛନ୍ତି ।

ମିଆଁଦାଦ କହିଛନ୍ତି ଯେ, ଫିକ୍ସିଂରେ ଦେଶର ସମ୍ମାନରେ ହାନି ପହଁଚିଥାଏ । ସ୍ପଟ୍ ଫିକ୍ସିଂ ମାମଲାରେ ଦୋଷୀକୁ ଫାଶୀ ଦିଆଯିବା ଆବଶ୍ୟକ । ଏହା ହତ୍ୟା ଭଳି ଏକ ଅପରାଧ । ଯେଉଁ କ୍ରିକେଟର ଫିକ୍ସିଂ କରିଥାନ୍ତି ସେ ନିଜ ପରିବାର ଲୋକଙ୍କ ସହ ମଧ୍ୟ ଛଳନା କରିଥାନ୍ତି । ଏପରି ବ୍ୟକ୍ତି ନିଜ ପରିବାରର ମଧ୍ୟ ହୋଇନଥାଏ ।

{"id":248714,"width":751,"height":421,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, ଫିକ୍ସିଂ ମାମଲାରେ ଅଧିକ କଠିନରୁ କଠିନ ଦଣ୍ଡ ଦିଆଯିବା ଆବଶ୍ୟକ । କ୍ରିକେଟ ଏକ ଖେଳ । ଏହା ଖୁସି ବାଣ୍ଟିଥାଏ । କେଉଁ ମ୍ୟାଚ ଫିକ୍ସରଙ୍କୁ କ୍ଷମା କରିବା ଉଚିତ ନୁହେଁ । ଏପରି ଦୁର୍ନୀତି କରିବା ଦ୍ୱାରା ଖେଳାଳି ଟଙ୍କା କମାଇଥାନ୍ତି କିନ୍ତୁ ଇଜ୍ଜତ ନୁହେଁ । ଯଦି କେହି ହତ୍ୟା କରିଛି ତାକୁ ମଧ୍ୟ ହତ୍ୟା କରାଯିବା ଦରକାର । ସେହିପରି ଚୋରର ହାତ କାଟିଦେବା ଆବଶ୍ୟକ ।  ମିଆଁଦାଦଙ୍କ ପ୍ରତିକ୍ରିୟା ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ପାକ୍ କ୍ରିକେଟର ଉମର ଆକମଲ ଫିକ୍ସିଂ ମାମଲାରେ ଫସିଛନ୍ତି । ପାକ୍ ବୋଲର ମହମ୍ମଦ ହାଫିଜ ମଧ୍ୟ ଫିକ୍ସିଂର ଫସି ରହିଛନ୍ତି । ମିଆଁଦାଦ ପାକ୍ କ୍ରିକେଟରଙ୍କୁ ସମାଲୋଟନା କରି ଏପରି କହିଥିବା ଅନେକ କ୍ରିକେଟ ବିଶେଷଜ୍ଞ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.