Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଣ୍ଡିଖୋଲ : ଅଜଣା ଗାଡି ଧକ୍କାରେ ହୋମ୍‌ଗାର୍ଡଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ଏକତରଫା ପ୍ରେମରୁ ଗଲା ଜୀବନ, ଯୁବତୀଙ୍କ ଗଳା କାଟିଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମା’ ମୃତ
  • ||
  • ଢେଙ୍କାନାଳ : ୩ଦିନ ହେଲା ଜଳୁଛି ଜଙ୍ଗଲ, ଲକ୍ଷ ଲକ୍ଷ ଗଛ ପୋଡି ପାଉଁଶ, ଭୟରେ ଜଙ୍ଗଲ ଛାଡି ପଳାଉଛନ୍ତି ବନ୍ୟଜନ୍ତୁ
  • ||
  • ଢେଙ୍କାନାଳ : କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦି ସମେତ ୬ଟି ପର୍ଯ୍ୟଟନସ୍ଥଳୀର ହେବ ସଂଯୋଗୀକରଣ
  • ||
  • ସ୍ୱିଜରଲାଣ୍ଡରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବା ମନା ! ମତଦାନ ଦ୍ୱାରା ନିଆଗଲା ନିଷ୍ପତ୍ତି
  • ||
  • ରାଫେଲ୍ ତିଆରି କରିଥିବା କମ୍ପାନୀର ମାଲିକ ମୃତ, ହେଲିକପ୍ଟର ଦୁର୍ଘଟଣାରେ ହାରିଲେ ଜୀବନ
  • ||
  • ଆଜିଠୁ ବଢିବ ତାତି, ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ ଅସହ୍ୟ ଗରମ
  • ||
  • ଟିକା ନେବା ପରେ କୋଭିଡ୍ ପଜିଟିଭ୍ ହେଲେ ଭିଜିଲାନ୍ସ ଏସପି
  • ||

୧୦ ହଜାର ୫୦୦ ଫୁଟ ଉଚ୍ଚରେ ଥିବା ଏହି ମନ୍ଦିର ପୁରଣ ହୋଇଥାଏ ସବୁ ମନୋସ୍କାମନା : ଜାଣନ୍ତୁ କେଉଁଠି

17/06/2019 at 4:39 PM

ହିମାଚଳ ପ୍ରଦେଶକୁ ଦେବ ଭୂମି ବୋଲି ବିଚାର କରାଯାଏ । ଏହାର ଅନେକ ବୈଜ୍ଞାନିକ ତଥ୍ୟ ମଧ୍ୟ ରହିଛି । ଯେଉଁଥିପାଇଁ ରାଜ୍ୟବାସୀଙ୍କ ପ୍ରଗାଢ ବିଶ୍ୱାସ ରହିଛି । କଲ୍ଲୁ ଜିଲ୍ଲାବାସୀଙ୍କର ମଧ୍ୟ ଦେବଦେବୀଙ୍କ ଉପରେ ଅତୁଟ ବିଶ୍ୱାସ ରହିଛି । ସମୁଦ୍ରତଟରୁ ପାଖାପାଖି ୧୦ ହଜାର ୫୦୦ ଫୁଟ ଉଚ୍ଚରେ ଥିବା ସରୟୋଲସର ମନ୍ଦିରରେ ବାସ କରୁଥିବା ମାତା ବୁଢ଼ୀ ନାଗୁଣୀଙ୍କ ଉପରେ ଲୋକଙ୍କ ଗଭୀର ଆସ୍ଥା ରହିଛି ।

ଆଷାଢ଼ ସଂକ୍ରାନ୍ତିରେ ଏଠାରେ ଶ୍ରଦ୍ଧାଳୁଙ୍କ ମେଳା ଲାଗେ । ପ୍ରତିଦିନ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମାତାଙ୍କ ଦର୍ଶନ ନିମନ୍ତେ ଆସିଥାନ୍ତି । ମାତାଙ୍କ ମନ୍ଦିର ଦ୍ୱାରା ଶୀତ ଋତୁରେ ୫ ମାସ ପାଇଁ ବନ୍ଦ ରହେ ।

ଏହାପରେ ୭ ମାସ ପାଇଁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲା ରହେ । ମନ୍ଦିରରେ ଶୁଦ୍ଧ ଘିଅ ଅର୍ପଣ କରାଯାଏ । ଏହି ମନ୍ଦିରରେ ସମସ୍ତ ମନୋସ୍କାମନା ପୁର୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଏଠାରେ ମାତାଙ୍କ ନିକଟରେ ଶୁଦ୍ଧ ଘିଅ ଅର୍ପଣ କରାଯାଏ । ଗ୍ରୀଷ୍ମ ଋତୁରେ ଏଠାରେ ଉତ୍ସବ ହୋଇଥାଏ ।

ପାଖାପାଖି ୧ କିମି ପରିଧିରେ ମାତାଙ୍କ ପବିତ୍ର ଝରଣା ରହିଛି । ମନ୍ଦିର ଚାରିପାଖେ ସୁଖ, ଶାନ୍ତି ଏବଂ ସମୃଦ୍ଧି ପାଇଁ ଘିଅ ଫେରା ଦିଆଯାଇଥାଏ । ଘିଅ ଫେରା ନେଇ ଶ୍ରଦ୍ଧାଳୁ ମାତାଙ୍କ ନିକଟରେ ନିଜ ମନୋସ୍କାମନା ରଖିଥାନ୍ତି । ପ୍ରତିବର୍ଷ ଏଠାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆସନ୍ତି ।

   Related Posts