ବ୍ରଜରାଜନଗର ଅମିତ ଧଳ ହତ୍ୟାକାଣ୍ଡ ଘଟଣାର ମାଷ୍ଟରମାଇଣ୍ଟ ଗିରଫ

Published By : Prameya-News7 Bureau | July 29, 2019 IST

ଝାରସୁଗୁଡା ୨୯/୭: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ପୁଣି ମୁଣ୍ଡ ଗଡ଼ିବା ଆଶଙ୍କା ସୃଷ୍ଟି ହୋଇଛି।ଗତମାସ ୨୪ ତାରିଖରେ ହୋଇଥିବା ଅମିତ ଧଳା ହତ୍ୟାକାଣ୍ଡ ଘଟଣାରେ ୬ଜଣ ଗିରଫ ହୋଇ ସାରିଥିଲା ବେଳେ ଏହି ଘଟଣାର ମାଷ୍ଟରମାଇଣ୍ଡ ସୋନୁ ଘୋଷ ପୋଲିସ ପାଇଁ ସାଜିଥିଲା ମୋଷ୍ଟ ଓ୍ବାଣ୍ଟେଡ।ସୋନୁ ଘୋଷକୁ ଧରିବା ପାଇଁ ପୋଲିସ ଜାଲ ବିଛାଇ ଗତ ଶନିବାର ଦିନ କୋଲକାତାରେ ଗିରଫ କରିବାରେ ସକ୍ଷମ ହୋଇଛି।

ପୋଲିସ ସୋନୁକୁ ରିମାଣ୍ଡରେ ଆଣିବାକୁ ସିଆଲଦା କୋର୍ଟରେ ଆବେଦନ କରିଥିବା ବେଳେ ତାକୁ ବିମାନରେ ଅଣାଯାଉଥିବା ଖବର ପାଇ ଅମିତ ଗୋଷ୍ଠୀ ପକ୍ଷରୁ ତାକୁ ହତ୍ୟା କରିବାକୁ ହୋଇଥିବା ଯୋଜନା ପଣ୍ଡା ହୋଇଛି। ସୋନୁକୁ ବିମାନରେ ଅଣାଯାଉଥିବା ଖବରପାଇ ଅମିତର ଦୁଇଜଣ ସହଯୋଗୀ ଗତକାଲି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ବୁଲୁଥିବା ସମୟରେ ଝାରସୁଗୁଡା ପୋଲିସ ସେମାନଙ୍କୁ କାବୁ କରିବା ପରେ ସେମାନଙ୍କ ନିକଟରୁ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ କରିଛି।ଏହି ଘଟଣାରୁ ସ୍ପଷ୍ଟ ହୋଇଛି ଆଗାମୀ ଦିନରେ ବ୍ରଜରାଜନଗରର କୋଇଲା ଖଣି ଅଞ୍ଚଳରେ ନିଜର ସାମ୍ରାଜ୍ୟ ବିସ୍ତାର ପାଇଁ ଆହୁରି ମୁଣ୍ଡ ଗଡିପାରେ।

{"id":138470,"width":549,"height":735}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.