ସଂଗୀତାଙ୍କ ମୃତ୍ୟୁ ପଛରେ ସାଙ୍ଘାତିକ ଷଡ଼ଯନ୍ତ୍ର ସନ୍ଦେହ, କାହା ପ୍ରଭାବରେ ସମସ୍ତେ ଚୁପ୍‌ ?

Published By : Prameya-News7 Bureau | February 04, 2020 IST

ଭଦ୍ରକ୪/୨: ଜାନୁଆରୀ ୨୧ ତାରିଖରେ ଭଦ୍ରକ ଷ୍ଟେସନର ୩ ନମ୍ବର ପ୍ଲାଟ ଫର୍ମରୁ ବିନିର ମୃତଦେହ ଉଦ୍ଧାର ହୋଇଥିଲା। ବିନି ଥିଲା ଅଟଳବିହାରୀ କଲେଜର ଛାତ୍ରୀ।  ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । କିନ୍ତୁ ମିଳିନଥିଲା ବିନିର ଫୋନ। ତେବେ ବିନିର ଫୋନରେ ଥିଲା କଣ । ଆପଣ ଜାଣିଲେ ନିଶ୍ଚୟ ସନ୍ଦେହ କରିବେ ବିନିକୁ ହୁଏତ ହତ୍ୟା କରାଯାଇଛି।

{"id":220181,"sizeSlug":"large"}

ଅପମୃତ୍ୟୁ ନା ଆତ୍ମହତ୍ୟା ନା ନିର୍ମମ ହତ୍ୟା । ବିନିଙ୍କ ମୃତ୍ୟୁ ହେଲା କେମିତି?  ବିନିକୁ ମେସ ମାଲିକ ରାସ୍ତାରୁ ସଫା କରିନାହାନ୍ତି ତ? ଏକଥା ବାସୁଦେବ ଅଟଳବିହାରୀ ମହାବିଦ୍ୟାଳୟର ଚର୍ଚ୍ଚା ।  ବିନି ବା ସଂଗୀତା ପଲେଇ ଏହି କଲେଜରେ ପଢୁଥିଲେ। ତାଙ୍କ ମାଆଙ୍କ କହିବା  ଅନୁଯାୟୀ ବିନି ପ୍ରିନ୍‌ସ କଟେଜ ମେସରେ ରହୁଥିଲେ । ମେସ୍‌ ମାଲିକ ଛାତ୍ରୀମାନେ ରହୁଥିବା ହଷ୍ଟେଲ ରୁମ୍‌କୁ ଅନାୟାସରେ ଆସନ୍ତି ।  ଆଉ ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ କରନ୍ତି।

{"id":220182,"sizeSlug":"large"}

ଆଉ ସାଂଘାତିକ କଥା ହେଉଛି। ଜାନୁଆରୀ ୨୧ ତାରିଖରେ ଭଦ୍ରକ ଷ୍ଟେସନରେ ବିନିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା  । ଆମ୍ବୁଲାନ୍‌ସ ଯୋଗେଁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାସ୍ଥଳରୁ ବିନିଙ୍କ ମୋବାଇଲ ଓ ପର୍ସ ଗାୟବ ହୋଇଥିଲା। ଆଉ ବିନିଙ୍କ ମୋବାଇଲରେ ଥିଲା ଏହି ଭିଡିଓ ଯାହା ଆପଣ ଦେଖୁଛନ୍ତି । ଏହି ଭିଡିଓର ହସ୍ତଗତ ହେବା ପରେ ନ୍ୟୁଜ ସଭେନ ଆରମ୍ଭ କରିଥିଲା ତାର ଇନଭେଷ୍ଟିଗେସନ । ଗଞ୍ଜାମ ଜିଲ୍ଲାରେ ରହୁଥିବା ବିନିଙ୍କ ପରିବାର ସହିତ ଯୋଗାଯୋଗ କରିଥିଲୁ। ଜାଣିଥିଲୁ ମେସ୍‌ ମାଲିକଙ୍କ ପ୍ରତାପ ଆଗରେ ସେମାନେ ନାଚାର ହୋଇପଡ଼ିଛନ୍ତି ।

{"id":220183,"sizeSlug":"large"}

ମେସ ମାଲିକଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲା ନ୍ୟୁଜ ସେଭେନ । କିନ୍ତୁ ପ୍ରିନ୍‌ସ କଟେଜର ଏହି ପ୍ରିନ୍‌ସ ଧରାଛୁଆଁ ଦେଇ ନଥିଲେ। ଏହାପରେ ପୁଣି ସେହି ମେସ୍‌ଟି କେମିତି ଚାଲୁଛି ଏବଂ ସେଠାରେ ମେସ ମାଲିକଙ୍କ ଆଚରଣ କେମିତି ଏସବୁ ସଂପର୍କିତ ଏକ ଭିଡିଓ ଆମର ହସ୍ତଗତ ହୋଇଥିଲା । ବିନିଙ୍କ ମୃତ୍ୟୁ ସହିତ ସବୁ ସତ ଯେମିତି ଲୁଚିଯାଇଥିବା ଧରିନେଇଛନ୍ତି ଏମାନେ। ମେସ୍‌ ମାଲିକଙ୍କ ପ୍ରତାପ ଆଗରେ ଏପର୍ଯନ୍ତ ମୁହଁ ବନ୍ଦ ରଖିଥିବା ବିନିଙ୍କ ପରିବାରରଙ୍କୁ ଲୋକେ ଏବେ ସିଧା ଆକ୍ଷେପ କରିଛନ୍ତି ।

 ବିନିର ମୃତ୍ୟୁ ପଛରେ ଏକ ବଡ଼ ରହସ୍ୟ ରହିଥିବା ସେମାନେ ସନ୍ଦେହ କରୁଥିବାରୁ ପୋଲିସ ଏହାର ଅନୁସଂଧାନ କଲେ ସତ ସାମ୍ନାକୁ ଆସିପାରନ୍ତା। ଖାଲି ସେତିକି ନୁହେଁ  ଆମେ ତ କହିବୁ ସହରରେ ଝିଅଙ୍କ ପାଇଁ ରହିଥିବା ମେସ ବା ହଷ୍ଟେଲ ଗୁଡିକ କେମିତି ଚାଲିଛି ଏସବୁ ଉପରେ  ରାଜ୍ୟ ସରକାର ଛାନଭିନ ଆରମ୍ଭ କରନ୍ତୁ। ଏଗୁଡ଼ିକ ପଂଜୀକୃତ ହେଉଛି କି ନାହିଁ। ନିୟମ ଅନୁଯାୟୀ କାମ କରୁଛନ୍ତି କି ନାହିଁ, ଏଠାରେ ସିସିଟିଭି କ୍ୟାମେରା ଲାଗୁଛି କି ନାହିଁ। ସିକ୍ୟୁରିଟି ଗାର୍ଡ ରହୁଛନ୍ତି କି ନାହିଁ। ଏସବୁର କଡ଼ା ଯାଞ୍ଚ କରାଯାଉ। ଛତୁ ଫୁଟିବା ଭଳି ବିଭିନ୍ନ ସହରରେ ଖେଲୁଥିବା ମେସର କାର୍ଯ୍ୟକଳାପ ସରକାରଙ୍କ ସ୍କାନର ଭିତରେ ରହୁ।  ନହେଲେ ଏମିତି ବିନି ଭଳି ଝିଅମାନେ ପ୍ରାଣ ହରାଉଥିବେ ସିନା କିନ୍ତୁ ଏହାର ସତ ବାହାରକୁ ଆସିବନି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.