Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ପାଟଣାଗଡ ପାର୍ସଲ ବୋମା ଘଟଣାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେର ହସ୍ପିଟାଲରେ ଭର୍ତ୍ତି, ଜେଲରେ ନିର୍ଯ୍ୟାତନା ଅଭିଯୋଗ

16/02/2019 at 9:07 PM

ବଲାଙ୍ଗିର୧୫|୨: ପାଟଣାଗଡ ପାର୍ସଲ ବୋମା ଘଟଣା ପରେ ଗିରଫ ପୁଞ୍ଜିଲାଲକୁ ନେଇ ସବୁ ବେଳେ ଲାଗି ରହିଛି ଚର୍ଚ୍ଚା। ଗିରଫ ପରେ ମୁହଁ ଲୁଚାଉଥିବା ପୁଞ୍ଜି ଏବେ ମିଡିଆ ଆଗରେ ହୋଇଛି ତତ୍ପର। ଗତ ୮ ତାରିଖରେ ପାଟଣାଗଡ ଜେଲରୁ ବଲାଙ୍ଗୀର ଆଣିବା ପରେ ଅନସନରେ ରହିଥିଲା ପୁଞ୍ଜି। ଦିନ କୁ ଦିନ ଦେହ ବିଗିଡିବା ପରେ ଏବେ ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛି ପୁଞ୍ଜିଲାଲ। ଦେହ ସମ୍ପୁର୍ଣ୍ଣ ଅସୁସ୍ଥ ଥିବା ବେଳେ ନଖାଇ ଡାକ୍ତରଖାନାରେ ଚଢା ଯାଉଛି ସିଲାଇନ। ତେବେ ହସ୍ପିଟାଲରେ ଭର୍ତ୍ତି ହୋଇ ପୁଣି ତା ଉପରେ ହୋଇଥିବା ଅତ୍ୟାଚାର ର କଥା ବଖାଣିଛି ପୁଞ୍ଜିଲାଲ।

ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲ। ମେଡିସିନ ବିଭାଗ  ବ୍ୟାଡ ନମ୍ବର ୩୬। ରେ ଏବେ ଚିକିତ୍ସାଧିନ ଅବସ୍ଥାରେ ପାଟଣାଗଡ ପାର୍ସଲ ବୋମା ମାଣ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେର। ଦେଖନ୍ତୁ କେତେ ବେଳେ ଶୋଇ କି ତ ଆଉ କେତେବେଳେ ବ୍ୟାଡରେ ବସି ନିଜ କାହାଣି ବଖାଣୁଛନ୍ତି ପୁଞ୍ଜିଲାଲ। ପାଟଣାଗଡରେ ତା ଉପରେ ହୋଇଥିବା ଅତ୍ୟାଚାରର  କଥା କହୁଚି ମିଡିଆ ଆଗରେ। ତା ସହ ପାର୍ସଲ ବୋମା ଘଟଣାରେ ତାକୁ ଫସାଯାଇଥିବା ସହ ସେ ତା ବିଷୟରେ କିଛି ଜାଣି ନାହାନ୍ତି ଓ  ମୃତ ସୋମ୍ୟ ଶେଖରଙ୍କ ଖବର ପରେ ସେ ମଧ୍ୟ ମର୍ମାହତ ବୋଲି ଦେଇଛି ବୟାନ।

ପାଟଣାଗଡ ରେ ଘଟିଥିବା ପାର୍ସଲ ବୋମା ଘଟଣା  ସାରା ରାଜ୍ୟକୁ ଦୋହଲାଇଦେଇଥିଲା। ଏ ଘଟଣାର ମୂଖ୍ୟ ତଥା ଏକ ମାତ୍ର ମାଷ୍ଟର ମାଇଣ୍ଡ ଭଇଁଷା କଲେର ଇଂରେଜି ଅଧ୍ୟାପକ ପୁଞ୍ଜିଲାଲକୁ କ୍ରାଇମ ବ୍ରାଞ୍ଚ ଗିରଫ କରି ଘନ ଘନ ଜେରା କରିବା ପରେ ଗତ ମାସ ୩୧ ତାରିଖରେ ପାଟଣାଗଡ କୋର୍ଟରେ ଘଟଣାର ୧୧ ମାସ ପରେ ଦାଖଲ କରିଥିଲା ଫାଇନାଲ ଚାର୍ଜସିଟ।

ହେଲେ ତା ଆଗରୁ ମାନେ ୨୪ ତାରିଖରେ ପୁଞ୍ଜିଲାଲକୁ କୋର୍ଟରେ ତାରିଖ ଥିବାରୁ ହାଜର କରିବା ପାଇଁ ଆଣିବାକୁ ଥିବା ବେଳେ ପାଟଣାଗଡ ମୂଖ୍ୟ ଦ୍ବାରରୁ ସେ ଫେରାର ହେବା ପାଇଁ ପ୍ରୟାସ କରୁଥିବା ହୋଇଥିଲା ଅଭିଯୋଗ। ଏନେଇ ପୋଲିସ ପାଟଣାଗଡ ଥାନାରେ ମଧ୍ୟ ଏତଲା ଦେବା ସହ ପାଟଣାଗଡ ଜେଲରୁ ସ୍ଥାନାନ୍ତର କରିବା ପାଇଁ କରାଯାଇଥିଲା କୋର୍ଟରେ ଆବେଦନ। ଏନେଇ ମାନ୍ୟବର କୋର୍ଟ ପୁଞ୍ଜିଲାଲଙ୍କୁ ବଲାଙ୍ଗୀର ଜେଲକୁ କରିଥିଲେ ସ୍ଥାନାନ୍ତର। ବଲାଙ୍ଗୀର ଜେଲରେ ପୁଞ୍ଜିଲାଲ ଅନସନ କରିବା ସହ ଖାଦ୍ୟ ଖାଇବା ବନ୍ଦ କରିଛି। ୮ ତାରିଖ ଠାରୁ ଆଜି ଯାଏଁ ଅନ୍ନ ଗ୍ରହଣ କରିନଥିବା ବେଳେ ଦେହ ଜେଲରେ ସିଲାଇନ ଦିଆଯାଉଥିଲା। ପରେ ଦେହ ଅଧିକ ବିଗିଡିବାରୁ ତାକୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି। ତେବେ ମିଥ୍ୟା ଅଭିଯୋଗ କରାଯାଇଥିବା ବେଳେ ପାଟଣାଗଡ ଜେଲରେ ତାକୁ ବହୁତ ଅତ୍ୟାଚାର କରାଯାଇଥିବା ଅଭିଯୋଗ କରି ଖାଦ୍ୟ ନଖାଇବା ପାଇଁ ନିସ୍ପତ୍ତି ନେଇଥିବା କହିଛି ପୁଞ୍ଜିଲାଲ। ସେପଟେ ଜେଲର ତାକୁ ବୁଝାସୁଝା କରିବା ସହ ହସ୍ପିଟାଲରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଚିକିତ୍ସା ପରେ ପୁଣି ଜେଲ କୁ ଅଣାଯିବ ବୋଲି କହିଛନ୍ତି ବଲାଙ୍ଗୀର ଜେଲର।

ବଲାଙ୍ଗୀର ଜେଲରେ ମଧ୍ୟ ଲାଗିରହିଛି ପୁଞ୍ଜିଲାଲଙ୍କ ଅନସନ। ଖାଦ୍ୟ ନଖାଇ ଅସୁସ୍ଥ ଏବେ ପୁଞ୍ଜିଲାଲ। ସେପଟେ ମେଡିକାଲ ରେ ଭର୍ତ୍ତି ପୁଞ୍ଜିଲାଲ।

   Related Posts