ଅନୁଗୋଳ ଆନ୍ଧ୍ର ବ୍ୟାଙ୍କ ଡକାୟତି ଘଟଣା ; ଗୟାରୁ ମାଷ୍ଟର ମାଇଣ୍ଡ ଗିରଫ

Published By : Prameya-News7 Bureau | December 10, 2018 IST

ଅନୁଗୋଳ ୧୦|୧୨:  ଅନୁଗୋଳ ଆନ୍ଧ୍ର ବ୍ୟାଙ୍କ ଡକାୟତିର ମାଷ୍ଟର ମାଇଣ୍ଡ ଗିରଫ ହୋଇଛି । ଗୟାରୁ ମାଷ୍ଟରମାଇଣ୍ଡ ମାଧବ ରବି ଦାସକୁ ଗିରଫ କରିଛି ଅନୁଗୋଳ ପୋଲିସ । ସେଠାରୁ ତାକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ପୋଲିସ । ମାଧବ ରବି ନାଁରେ ଅନେକ ମାମଲା ରହିଛି । ୫ ରାଜ୍ୟରେ ତା ନାଁରେ ୨୫ରୁ ଅଧିକ ଡକାୟତି ମାମଲା ରହିଛି । ସେ ପୂର୍ବରୁଏକ ମାଓବାଦୀ ସଂଗଠନରେ କାମ କରୁଥିଲା । ମାଓ ସଂଗଠନ ଛାଡି ନିଜେ ଏକ ଗ୍ୟାଙ୍ଗ କରି ବନ୍ଧୁକ ମୁନରେ ବିଭିନ୍ନ ବ୍ୟାଙ୍କରୁ ଲୁଟ୍ କରୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.