Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

୫ ବର୍ଷ ପରେ ପ୍ରଥମ ଥର ବ୍ୟାଟ୍ ଧରିଲେ ମାଷ୍ଟର ବ୍ଲାଷ୍ଟର, first ବଲରେ ଦର୍ଶକଙ୍କୁ ଉପହାର ଦେଲେ ଚୌକା

9/02/2020 at 3:47 PM

ମେଲବର୍ଣ୍ଣ ୯।୨: ମାଷ୍ଟରବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ରବିବାର ପୁଣି ଥରେ ବ୍ୟାଟ୍ ଧରି ଷ୍ଟାଡିୟମକୁ ଓହ୍ଲାଇବା କ୍ରିକେଟ୍ ପ୍ରେମୀଙ୍କୁ ବେଶ୍ ରୋମାଞ୍ଚିତ କରିଛି। ତାଙ୍କୁ ଗୋଟିଏ ଓଭର ନିମନ୍ତେ ବ୍ୟାଟିଂ ଲାଗି ନିମନ୍ତେ ଆମନ୍ତ୍ରାଣ କରିଥିବା ଅଷ୍ଟ୍ରେଲିଆ ମହିଳା ଟିମ୍‌ର ଏଲିସି ପେରୀଙ୍କ ପ୍ରଥମ ବଲରେ ସଚ୍ଚିନ ଚୌକା ଲଗାଇ ଦର୍ଶକଙ୍କୁ ଚମତ୍କୃତ କରିଛନ୍ତି।

ଅଷ୍ଟ୍ରେଲିଆ ଜଙ୍ଗଲପୋଡି କ୍ଷତିଗ୍ରସ୍ତଙ୍କ ଲାଗି ମେଲବୋର୍ଣ୍ଣରେ ରବିବାର ବୁଶ୍ ଫାୟାର ବେସ୍ କ୍ରିକେଟ୍‌ର ଆୟୋଜନ କରାଯାଇଥିଲା। ଏଥିରେ ସଚ୍ଚିନ ପ୍ରାୟ ୫ ବର୍ଷ ପରେ ପ୍ରଥମ ଥର ବ୍ୟାଟ୍ ଧରିଥିବା ବଳେ ଦର୍ଶକେ  ବେଶ୍ ଆମୋଦିତ ହୋଇଛନ୍ତି। ଏହା ପୂର୍ବରୁ ସଚ୍ଚିନ ୨୦୧୫ ମସିହାରେ ଏକ ଟି-୨୦ ମ୍ୟାଚ୍‌ ଖେଳିଥିଲେ। ସେହି ମ୍ୟାଚ୍‌ରେ ସଚ୍ଚିନ ୫୬ ରନ କରିଥିବାର ରେକର୍ଡ ରହିଛି।

‘ଗଡ ଅଫ ଦି କ୍ରିକେଟ୍’ ନାମରେ ପ୍ରଶିଦ୍ଧ ସଚ୍ଚିନ ବୁଶ୍ ଫାୟାର ଦୁର୍ଗତଙ୍କ ଲାଗି ଏହି ଚାରିଟି ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ମହିଳା ଟିମ୍ ଦ୍ୱାରା ଆମନ୍ତ୍ରିତ  ଥିଲେଅଷ୍ଟ୍ରେଲିଆ ମହିଳା କ୍ରିକେଟର ଷ୍ଟାର ଖେଳାଳି ଏଲିସେ ପେରୀ ତାଙ୍କୁ ଗୋଟିଏ ଓଭର ଖେଳିବା ଲାଗି ଆମନ୍ତ୍ରଣ କରିଥିବା ବେଳେ ଇନିଂସ ବ୍ରେକ୍‌ରେ ସଚ୍ଚିନ୍ ଷ୍ଟାଡିୟମକୁ ଓହ୍ଲାଇଥିବା ବେଳେ ଦର୍ଶକଙ୍କ ବେଶ୍ ମନୋରଞ୍ଜନ କରିଛନ୍ତି।

ଏହି ମ୍ୟାଚ୍‌ରେ ସଚ୍ଚିନଙ୍କ ଖେଳୁଥିବାର ଭିଡିଓ ଆଇସିସି ନିଜ ସୋସିଆଲ ମିଡିଆରେ  ସେୟାର କରିଥିଲେ। ଯାହା ଏବେବି ଟ୍ରେଣ୍ଡିଂ କରୁଛି। ସଚ୍ଚିନ ବ୍ୟାଟିଂ ଲାଗି ପଡିଆକୁ ଆସିବା ମାତ୍ରେ ଷ୍ଟାଡିୟମରେ ଲୋକେ ସଚ୍ଚିନ..ସଚ୍ଚିନ କହି ତାଙ୍କୁ ଉତ୍ସାହିତ କରିବାରେ ଲାଗିଥିଲେ। ସେ ଡେନ କ୍ରିଷ୍ଟିୟାନଙ୍କଠାରୁ ବ୍ୟାଟ୍ ନେଇ ବ୍ୟାଟିଂ କରିବାରେ ଲାଗିଥିଲେ। ମେଲବର୍ଣ୍ଣ ଜଙ୍କସନ୍ ଓଭାଲରେ ଏହି ମ୍ୟାଚ୍‌ ଖେଳାଯାଇଥିବା ବେଳେ ରିକି ପୋଣଅଟିଂ ଏକାଦଶ ଓ ଗ୍ରିଲ କ୍ରିଷ୍ଟ ଏକାଦଶ ମଧ୍ୟରେ ଖେଳାଯାଇଛି।   

   Related Posts